ଜିଲ୍ଲା ପରିକ୍ରମା

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

ରାଉରକେଲା ୨ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ମାଝି ମାଡୱା ଓ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ କମିଟିର ମିଳିତ ଆନୁକୂଲ୍ୟରେ ପଣ୍ଡିତଙ୍କ ୧୧୩ତମ ଜନ୍ମଜୟନ୍ତୀ ଟାଙ୍ଗରପାଲ୍ଲୀ ସ୍ଥିତ ମାଟିଆଳଡେରା ଠାରେ ଅନୁଷ୍ଠିତ ହୋଇଯାଇଛିା ଅନୁଷ୍ଠାନ ସଭାପତି ଲକ୍ଷ୍ମଣ ଟୁଡୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାନ୍ତାଳୀ ଲେଖକ ତଥା କଥାକାର ମଦନ ମୋହନ ଟୁଡୁ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲୋ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଶ୍ରମ ଆୟୁକ୍ତ ଘାସିରାମ ଟୁଡୁ, ମୁଖ୍ୟବକ୍ତା ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରା୍ମାପକ ଡିଗିମଣି ସୋରେନ ଓ ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଉପସଭାପତି ତଥା କବି କୁଞ୍ଜ ବିହାରୀ ରାଉତ, ସୁନ୍ଦରଗଡ ଏସ୍ବିଆଇର ଡେପୁଟି ମ୍ୟାନେଜର ଭୀମ ଚନ୍ଦ୍ର ମାଝି, ମାଝି ମାଡୱାର ମୁଖ୍ୟ ଶିବଚରଣ ଟୁଡୁ ଯୋଗ ଦେଇଥିଲୋ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ବିଶିଷ୍ଟ ସାନ୍ତାଳୀ ଲେଖକ ମଦନ ମୋହନ ଟୁଡୁ ପଣ୍ଡିତଙ୍କ ଜୀବନୀ ଉପରେ ଆଲୋକପାତ କରି କହିଲେ, ସାନ୍ତାଳୀ ଭାଷାର ସୁରକ୍ଷାକାରୀ ଓ ପ୍ରବକ୍ତା ତଥା ଅଲଚିକି ଲିପିର ଉଦ୍ଭାବକ ପଣ୍ଡିତ ରଘୁନାଥଙ୍କ ସ୍ୱପ୍ନ ଆଜିବି ଅଧୁରା ରହିଛିା ଯଦିଓ ୨୦୦୩ ମସିହାରେ ସାନ୍ତାଳୀ ଭାଷା ବା ଅଲଚିକି ଲିପି ସାମ୍ବିଧାନିକ ମାନ୍ୟତା ଲାଭ କରିଛି ତେବେ ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ତୃତୀୟ ଭାଷା ଭାବେ ସଂଖ୍ୟାଲଘୁ ସାହିତ୍ୟ ଦୃଷ୍ଟିରୁ ପାଠ ପଢିବାର ସୁଯୋଗ ମିଳିପାରି ନାହିାଁ ସାରନା ଧର୍ମ ଜନଗଣନାରେ କୋଡ୍ ନଥିବାରୁ ଏହା ବର୍ତ୍ତମାନ ଦିଗହରାା ପଣ୍ଡିତ ମର୍ମୁଙ୍କ ୩ଟି ବାଣୀକୁ ଏପର୍ଯ୍ୟନ୍ତ ସମ୍ମାନ ମିଳିପାରି ନାହିାଁ ନିଜସ୍ୱ ଲିପି ରହିଛିା ସାନ୍ତାଳୀ ସାହିତ୍ୟର ସ୍ୱତନ୍ତ୍ର ବ୍ୟାକରଣ ଓ ଶବ୍ଦକୋଷ ପାଇଁ ୫ଟି ଡିକ୍ସନାରୀ ରହିଛି ଓ ଲିପି ମ୍ମ କମ୍ପୁ୍ୟଟରୀକରଣ ହୋଇସାରିଛିା ୧୦ ଲକ୍ଷ ଲୋକ ଏହି ଭାଷାକୁ ବ୍ୟବହାର କରୁଥିବା ବେଳେ ଏମାନଙ୍କ ବୌଦ୍ଧିକ ଚିନ୍ତନ ସାରନା ଧର୍ମ ରହିଛିା କିନ୍ତୁ ସଂଖ୍ୟାଲଘୁ ମାନ୍ୟତା ମିଳିପାରି ନାହିାଁ ତେଣୁ ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ଆହ୍ୱାନ ଦେବା ସହ ସମସ୍ତଙ୍କୁ ଏଥିରେ ସହଯୋଗ କରିବା ପାଇଁ କହିଥିଲୋ ମୁଖ୍ୟ ଅତିଥି ଶ୍ରୀ ଟୁଡୁ ନିଜ ଅଭିଭାଷଣରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସାନ୍ତାଳୀ ସମାଜର ଉଦିତସୂର୍ଯ୍ୟ ଭାବେ ଅଭିହିତ କରିଥିଲୋ ପଣ୍ଡିତ ମୁର୍ମୁ କହିଲେ, ଯେଉଁଦିନ ସାନ୍ତାଳୀମାନେ ଧର୍ମ, ଜାତି ଓ ଲିପି ଭୁଲିଯିବେ ସେହିଦିନ ତା’ର ଅସ୍ତିତ୍ୱ ରହିବ ନାହିାଁ ଭାଷାକୁ ବଞ୍ଚାଇବାକୁ ହେଲେ ସମ୍ମିଳିତ ଉଦ୍ୟମ ଦରକାରା ମୁଖ୍ୟବକ୍ତା ପ୍ରାଧ୍ୟାପକ ଶ୍ରୀମତୀ ସୋରେନ ନିଜ ବକ୍ତବ୍ୟରେ କହିଲେ ଯେ, ଅଲଚିକିର ଅର୍ଥ ହେଉଛି ସାନ୍ତାଳୀ ଲୋକଙ୍କ ପାଇଁ ଆଲୋକର ବର୍ତ୍ତିକାା ଆମ ସମାଜରେ ସବୁ ଅଛିା ତେବେ ତାକୁ କିପରି ଆମେ ସଜାଇ ରଖିବା ଓ ଆମ ଆଗାମୀ ପିଢି ପାଇଁ କ’ଣ ଛାଡିଯିବା ସେଥିପାଇଁ ଆମକୁ ଚିନ୍ତା କରିବାକୁ ପଡିବା ଅନ୍ୟତମ ଅତିଥି ବ୍ୟାଙ୍କ ଅଧିକାରୀ ଶ୍ରୀ ମାଝି ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିବା ସହ ପଣ୍ଡିତଙ୍କ କୃତି ଉପରେ ଆଲୋକପାତ କରିଥିଲୋ ସମାଜ ମୁଖ୍ୟ ଶିବ ଟୁଡୁ ପଣ୍ଡିତଙ୍କ ସ୍ୱାଭିମାନୀର ବ୍ୟାଖ୍ୟା କରିବା ସହ ସାନ୍ତାଳୀ ଭାଷାର ଗାରିମାମୟ ଇତିହାସ ଉପରେ ଆଲୋକପାତ କରିଥିଲୋ ସମ୍ମାନିତ ଅତିଥି ଶ୍ରୀ ରାଉତ, ବନମାଳୀ ଟୁଡୁ, ରାମରାଇ ସୋରେନ, ଭୀମ ଟୁଡୁ, ଭାଗିରଥି ହାଁସଦା, ମାଟିଆଳଡୋରାର ମୁଖ୍ୟ ରଥ ସୋରେନ ପ୍ରମୁଖ ପଣ୍ଡିତଙ୍କ ଗୁଣାବଳୀ ଓ ସାନ୍ତାଳୀ ଭାଷା ଉପରେ ବକ୍ତବ୍ୟ ରଖିଥିଲୋ ଅନୁଷ୍ଠାନ ସମ୍ପାଦକ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସଂଯୋଜନା କରିଥିବା ବେଳେ ସମସ୍ତ ଅତିଥିଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋଚିତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲାା କାର୍ଯ୍ୟକ୍ରମରେ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପରିବେଷଣ କରିଥିବା ବେଳେ ପ୍ରାରମ୍ଭରେ ଅନୁଷ୍ଠାନର ଶତାଧିକ ସାନ୍ତାଳୀ ଭାଇ ଭଉଣୀ ଆଦିବାସୀ ନୃତ୍ୟ ପରିବେଷଣ କରି ଅତିଥିଙ୍କୁ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନେଇଥିଲୋ ମାଡୱା କମିଟି ତରଫରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ୨୮ ଜଣ ଗ୍ରାମମୁଖିଆ ଉପସ୍ଥିତ ଥିଲୋ କାର୍ଯ୍ୟକ୍ରମ ପରିଚାଳନାରେ ମାଝି ମାଡୁଆ, ହେମନ୍ତ ସୋରେନ, ଶଙ୍ଖ ବାସ୍କେ, ଭୀମ ଚନ୍ଦ୍ର ମାଝି, ମହେନ୍ଦ୍ର ଟୁଡୁ, ଭୀମ ମୁର୍ମୁ, କୁନାରାମ ମୁର୍ମୁ, ହେମନ୍ତ ହେମ୍ବ୍ରମ, କାରୁ ଟୁଡୁ, ପୁରନ ଟୁଡୁ ପ୍ରମୁଖ ସହଯୋଗ କରିଥିଲୋ କାର୍ଯ୍ୟକ୍ରମରେ ସହସ୍ରାଧିକ ସଂଖ୍ୟାରେ ସାନ୍ତାଳୀ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top