ad
ଜିଲ୍ଲା ପରିକ୍ରମା

ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ୪ ଗୋଟି ପୁସ୍ତକ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜଭବନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ରଚିତ ‘ରାଷ୍ଟ୍ରଭକ୍ତ ଅଟଳ ବିହାରୀ ବାଜପେୟୀ’, ‘ବାଇଶି ପାହାଚ’, ‘ରାଷ୍ଟ୍ରଭକ୍ତ ନରେନ୍ଦ୍ର ମୋଦି’ ଏବଂ ‘ରାଷ୍ଟ୍ରପୁରୁଷ ନରେନ୍ଦ୍ର ମୋଦି’ ପୁସ୍ତକର ଉନ୍ମୋଚନ କରିଛନ୍ତି। ଲେଖକ ଶ୍ରୀ ମହାପାତ୍ର ତାଙ୍କ ଦ୍ୱାରା ରଚିତ ‘ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ’, ‘ଘର ବଇଦ’, ‘ଶ୍ରୀମଦ୍ ଭଗବତ ଗୀତା’, ‘ମଣିଭଦ୍ରିକା’, ମାସିକ ଶିଶୁ କିଶୋର ପତ୍ରିକା ‘ଫୁଲର ହସ’, ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଉନ୍ମୋଚନ ସମୟରେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ଇଂ ଅଭୟ ସୂତାର, ଶିକ୍ଷାବିତ୍ ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ପଣ୍ଡିତ ମହାପାତ୍ର ଏଯାବତ୍ ବିଭିନ୍ନ ବିଷୟରେ ସହସ୍ରାଧିକ ପୁସ୍ତକ ରଚନା କରିଛନ୍ତି। ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଏଭଳି କୃତୀ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଣ୍ଡିତ ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶାରେ ବୌଦ୍ଧିକ ବିକାଶ ସର୍ଜନା ପାଇଁ ଅନୁକୂଳ ପରିବେଶ ବିଭୁକୃପା ଏବଂ ପିତାମାତାଙ୍କ ଆଶୀର୍ବାଦ ଦ୍ୱାରା ଏହା ସମ୍ଭବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଶ୍ରୀ ମହାପାତ୍ର ପ୍ରମୁଖ ଶାସନ ସଚିବ ମଧୁସଦନ ପାଢୀ ଏବଂ ରାଜ୍ୟପାଳଙ୍କ ସୂଚନା ଅଧିକାରୀ ରକ୍ଷକ ନାୟକଙ୍କୁ ଭେଟି ତାଙ୍କ ଦ୍ୱାରା ରଚିତ ଏକାଧିକ ପୁସ୍ତକ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଶ୍ରୀ ମହାପାତ୍ର ଏକାଧାରରେ ଜଣେ ସଂସ୍କୃତି ପ୍ରାଣ, ଗବେଷକ, କବି, ଲେଖକ, ଗାଳ୍ପିକ, ନାଟ୍ୟକାର, ପ୍ରାବନ୍ଧିକ, ପ୍ରବକ୍ତା, ସାମ୍ବାଦିକ, ଯୋଗ ତଥା ଜ୍ୟେତିଷ୍ଠ ବିଶାରଦ। ପୁରାଣ, ଧର୍ମ, ଦର୍ଶନ, ଶିଶୁ ସାହିତ୍ୟି, ନୀତିକଥା, କ୍ଷୁଦ୍ରଗଳ୍ପ, ଜୀବନୀ, ନାଟକ, ଭଜନ, ସାମାଜିକ ସଂସ୍କାର ବ୍ୟବସ୍ଥା, ମହିଳା ସଶକ୍ତିକରଣ ପ୍ରଭୃତି ବହୁ ଦିଗକୁ ପୁଷ୍କଳ କରିଛି ତାଙ୍କ ରଚିତ ସହସ୍ରାଧିକ ପୁସ୍ତକ। ଭଦ୍ରକ ଜିଲାର ବ୍ରାହ୍ମଣଗାଁରେ ଜନ୍ମଗ୍ରହଣ କରିଥିବା ସାରସ୍ୱତ ସାଧକ ଶ୍ରୀ ମହାପାତ୍ରଙ୍କ ଏହି ସାଧୁ ଉଦ୍ୟମକୁ ଭଦ୍ରକର ବହୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top