ଜିଲ୍ଲା ପରିକ୍ରମା

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୨ତମ ପୂଣ୍ୟ ଦିବସ ଓ ବର୍ଷା ମଙ୍ଗଳ ସାହିତ୍ୟ ଉତ୍ସବ

ଭୁବନେଶ୍ୱର, ତା ୨୬ା୭ (ଓଡ଼ିଆ ପୁଅ) : ଆଜି ତା ୨୬.୭.୨୦୧୮ରିଖ ଗୁରୁବାର ଦିନ ଅପରାହ୍ନ ଘ.୫.୩୦ ମିନିଟ୍ରେ ଓଡ଼ିଶାର ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୨ତମ ପୂଣ୍ୟ ଦିବସ ଓ ବର୍ଷା ମଙ୍ଗଳ ସାହିତ୍ୟ ଉତ୍ସବ ଗୋଦାବରୀଶ ସାହିତ୍ୟ ସଂସଦର ନିଜସ୍ୱ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ଶ୍ରୀ ବିନୋଦ ବିହାରୀ ପଲାଇ ଅଧ୍ୟକ୍ଷତା କରିଥିଲେ।

ପ୍ରଖ୍ୟାତ୍ ସାହିତ୍ୟିକ, ଶିକ୍ଷାବିତ୍, ସ୍ତମ୍ଭକାର ଡଃ ଦିଗରାଜ ବ୍ରହ୍ମା ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୋଦାବରୀଶ ମିଶ୍ରଙ୍କ ସାମଗି୍ରକ କୃତି, ରାଜନୀତି ଓ ସମାଜସେବା କ୍ଷେତ୍ର ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ବୈକୁଣ୍ଠନାଥ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ ବିନୋଦ ବିହାରୀ ପଲାଇଙ୍କ ବ୍ରହ୍ମବିଦ୍ୟା ପ୍ରବନ୍ଧମାଳା ମୁଖ୍ୟ ଅତିଥିଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା।

ଶ୍ରୀଯୁକ୍ତ ବୈକୁଣ୍ଠନାଥ ପତିଙ୍କ ଅଧ୍ୟକ୍ଷତାରେ କବିତା ପାଠୋତ୍ସବ ଆରମ୍ଭ ହୋଇଥିଲା। ଏଥିରେ ୮୦ଜଣରୁ ଊର୍ଦ୍ଧ୍ୱ କବିକବୟିତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ।

ସର୍ବଶେଷରେ ସାହିତ୍ୟ ସଂସଦର ସମ୍ପାଦକ ରାମଚନ୍ଦ୍ର ମେକାପ ଧନ୍ୟବାଦନ ଅର୍ପଣ କରିଥିଲେ।

ସଭା କାର୍ଯ୍ୟରେ ଡଃ ରାମଚନ୍ଦ୍ର ମହାନ୍ତି, ଦେବେନ୍ଦ୍ରନାଥ ଦାସ, ଖଗେଶ୍ୱର ମହତାବ, ରାଧାମୋହନ ମହାପାତ୍ର, ଲକ୍ଷ୍ମୀଧର ସାହୁ, ପରିଚାଳନାରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top