ଅପରାଧ

ପଣ୍ଡାପଡା ପୋଲିସର ଜୁଲୁମ, ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡ଼ାଇ ନିରିହଙ୍କ ଉପରେ ଅତ୍ୟାଚାରର ଅଭିଯୋଗ

କେନ୍ଦୁଝର,ତା୨୭ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ଗତ ମଙ୍ଗଳବାର ହରିଚନ୍ଦନପୁର ବିଡିଓ ବିଜୟାନନ୍ଦ ସେଠୀ ବିଜୁ ପକ୍କାଘର କାମ ତଦାରଖ କରିବା ନିମନ୍ତେ ହୁଣ୍ଡା ଗ୍ରାମପଞ୍ଚାୟତ ଯାଇଥିଲେ । ନୂଆସାହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବାକୁ ନେଇ ବିଡିଓଙ୍କୁ ଦେଖି ଗ୍ରାମର ଶତାଧିକ ଲୋକ ରାସ୍ତା ମରାମତି ବାବଦରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ବିଡିଓ କ୍ରୋଧିତ ହୋଇ ଗ୍ରାମର ପ୍ରସନ୍ନ ନାଏକଙ୍କୁ ମାଡ ମାରିବା ସହ ଅନେକ ପ୍ରକାରର ଧମକଚମକ୍ ଦେଇଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ପ୍ରସନ୍ନଙ୍କୁ ବିନା କାରଣରେ ବିଡିଓ ହାତ ଉଠାଇ ମାଡମାରିବା ସହ ଧମକଚମକ୍ କରିବାକୁ ନେଇ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ନ୍ୟାୟ ପାଇବା ଆଶା ରଖି ଗତ ବୁଧବାର ଦିନ ପଣ୍ଡାପଡା ଥାନାରେ ବିଡିଓଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ଅଧିକାରିଣୀ ରଞ୍ଜୁ ହାସଦା କୁଲୁଙ୍କୁ ଅଭିଯୋଗର ଏକକିତା ନକଲ ମାଗିଥିଲେ । ଥାନା ଅଧିକାରିଣୀ ଏକକିତା ନକଲ ଦେବା ପାଇଁ ଦିନ ଗଡାଉଥିବା ସହ ଭିଡିଓ ଭାଇରାଲ କରିଥିବା ଯୁବକ ଓ ନିକଟରେ ଥିବା ନିରିହ ଯୁବକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପଛରେ ଲାଗିପଡିଛି । ବୁଦ୍ଧିଜୀବିଙ୍କ କହିବା ଅନୁସାରେ ପୋଲିସ ପ୍ରକୃତ ଦୋଷୀଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ନିରିହ ଗରିବଙ୍କ ଉପରେ ଦାଉ ସାଜୁଥିବାକୁ ପୋଲିସ ପ୍ରଶାସନ ଉପରେ ଲୋକମାନଙ୍କ ଭରଷା ତୁଟିବା ସହ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଗ୍ରାମର ନିରିହ ଯୁବକ ନରେନ୍ଦ୍ର ଅମାନ୍ତଙ୍କୁ ବିନା କାରଣ ଓ ବିନା ଦୋଷରେ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ପଣ୍ଡାପଡା ଥାନା ଅଧିକାରିଣୀ ନିଜର ବଡପଡ଼ିଆ ଦେଖାଇବାକୁ ଯାଇ ପୁଣି ପ୍ରସନ୍ନ ନାଏକଙ୍କ ବଡ ଭାଇ ପ୍ରଫୁଲ୍ଲ ନାଏକ ଓ ସାନ ଭାଇ ପୁରୋତ୍ତମ ନାଏକଙ୍କୁ ବିନା କାରଣ ଓ ବିନା ଦୋଷରେ ରବିବାର ଦିନ ବିଳମ୍ବିତ ରାତିରେ ଘରୁ ଉଠାଇ ଆଣିଥିବା ସହ କୋର୍ଟ ଚାଲାଣ କରିବାକୁ ବସିଥିବାର ଜଣାପଡିଛି । ରାତି ଅଧିଆ ବିନା କାରଣରେ ପୋଲିସ ଗ୍ରାମର ନିରିହ ଯୁବକଙ୍କୁ ଉଠାଇ ନେବା ଘଟଣାକୁ ନେଇ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ପଣ୍ଡାପଡା ଥାନା ଘେରିଲି ସମାଧାନ ନକଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଥିଲେ । ଘେରାଉକୁ ନେଇ ସଂନ୍ଧ୍ଯା ସମୟରେ ପୋଲିସ ସାନ ଭାଇକୁ ଛାଡିବା ସହ ବଡ ଭାଇ ପ୍ରସନ୍ନକୁ ଖୋଜିବାରେ ସାହାଯ୍ୟ କରିବା ପରେ ଛାଡିଦିଆଯିବା ସହ ବିଡିଓଙ୍କ ମାଡ ଘଟଣା ପ୍ରସନ୍ନ ବୟାନ ଅନୁଯାୟୀ କାର୍ଯାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେବା ପରେ ଘେରାଉ ହଟିଥିବାର ଜଣାପଡିଛି । ଏଥିପ୍ରତି ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଯଥାଶୀଘ୍ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପ୍ରକୃତ ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ନିରିହ ଯୁବକ ଛାଡିବାକୁ ଏଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top