ପଣସ ଗାଡିରେ ଗଜେଂଇ ନେଉଥିବା ସମୟରେ ଅବକାରି ବିଭାଗ ଚଢାଉ,ଗାଡିସହ ୫କ୍ୱିଟାଂଲ ୫୦କେଜି ଗଜେଂଇ ଜବତ

ମାଲକାନଗିରି,୨ା୫ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାଅବକାରି ବିଭାଗ ପକ୍ଷରୁ ଗୋବିନ୍ଦପାଲି ଚେକ ଗେଟ ଠାରେ ଚଢାଉକରି ବେଆଇନ ଭାବେ ପଣସ ଗାଡିରେ ଚୋରା ଗଜେଂଇ ଚାଲାଣ ହେଉଥିବା ବେଳେ ଗଜେଂଇ ଗାଡି ଜବତ କରିଛନ୍ତି । ଏହା ମାଲକାନଗିରି ଜିଲ୍ଲା ଅବକାରି ବିଭାଗ କୁ ଏକ ବଡଧରଣର ସଫଳତା ମିଳିଛି । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମଙ୍ଗଳବାର ସନ୍ଧ୍ୟାରେ ମାଲକାନଗିରି  ଜିଲ୍ଲାଅବକାରି ଅଧିକ୍ଷକ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରି ସବଇନିସପେକ୍ଟର ଜଗାରାଓ ,ଜେମସସାହୁ.ଅମର ମହାପାତ୍ର,ରାଜୁଖିତି,ସିତାକାନ୍ତ ମହାନ୍ତି ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ମାନେ ମାଥିଲି ଥାନାସ୍ଥ ଗୋବିନ୍ଦପାଲ୍ଲି ଚେକ ଗେଟ ନିକଟରେ ଜଗିରହିଥିଲେ ।ଦୃତଗତିରେ ଓଡି୧୦ଇ୬୬୬୮ ନମ୍ବର ବୋଲେରୁ ଗାଡିଟିଏ ପଳାଉଥିବାର ଦେଖି ତାକୁ ଗୋଡାଇଥିଲେ, ଅବକାରି କର୍ମଚାରି ମାନଙ୍କୁ ଦେଖି ଚେକଗେଟ ନିକଟରେ ଗାଡି ରଖିଦେଇ ଗାଡିରୁ ଓହ୍ଲାଇ ଦୁଇଜଣ  ଜଙ୍ଗଲ ମଧ୍ୟକୁ ଦୈଡି ଲୁଚି ଖସିପଳାଇଥିଲେ । ଗାଡି ତନଖି କରିବାରୁ ଗାଡିରେ ପଣସ ଲୋର୍ଡଭିତରୁ ୫କୁଂଇଟାଲ୫୦କେଜି ଗଜେଂଇ ମିଳିଥିଲା ,ଉକ୍ତ ଉନ୍ନତମାନର ଗଜେଂଇ ଯହାର କି ବଜାର ଦର ପ୍ରାୟ ୨୭ଲକ୍ଷ ୫୦ହଜାର ଟଙ୍କା ରୁ ଉର୍ଦ୍ଦହେବ । ଏହି ଗଜେଂଇ ଗୁଡିକୁ ଚିତ୍ରକୋଣ୍ଡାରୁ  ଅଣାଯାଇ ଅନ୍ୟା ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବାର ଜଣାପଡିଛି । ଗାଡି ର କାଗଜପତ୍ର ଜାଚଂ କରିବାରୁ ସେଥିରୁ ଜଣାପଡିଥିଲା, ଗାଡି ମାଲିକ ଚିତ୍ରକୋଣ୍ଡା ଥାନାସ୍ଥ ବଡପଦର ରେଖାପାଲି ଗ୍ରାମର ସୁବାଷ ଗୋଲରି  ଓ ଡ୍ରାଇଭର ସାଧୁରାମ ଖିଲ । ଗାଡି ଓ ଗେଜେଂଇ ଜବତ କରାଯାଇଛି । ଆଜି ସକାଳେ ଜିଲ୍ଲାଅବକାରି ଅଧିକ୍ଷକ ଓ ଅବକାରି କର୍ମଚାରି ମାନେ ଚିତ୍ରକୋଣ୍ଡା ଅଚଂଳକୁ ଯାଇ ଗଜେଂଇ ଚୋରା ଚାଲାଣକାରିଙ୍କ ସଂପର୍କରେ ତଥ୍ୟସଂଗ୍ରହ କରିଛନ୍ତି । ସେମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଅବକାରି ଅଧିକ୍ଷକ କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରାଗଜେଂଇ ବେପାରି ଙ୍କ ଭୁସ୍ୱର୍ଗ ପାଲଟିଛି । ଚିତ୍ରକୋଣ୍ଡା,ମାଥିଲି, କାଲିମେଳା, ଖଇରପୁଟ,ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଚଂଳରେ ଶତାଧିକ ହେକ୍ଟର ଜମିରେ ଚୋରାଗଜେଂଇ ଚାଷ ହୋଇଥାଏ ,ଏହି ସବୁଅଚଂଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଚଂଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ,ଏହାରି ସୁଯୋଗରେ ଚୋରାଗଜେଂଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଜେଂଇ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି

 

Leave a Reply

Your email address will not be published. Required fields are marked *