ପଣସଗାଡି ହରଣଚାଳ ମାମଲାରେ ୪ ଯୁବକ ଗିରଫ

କୋରାପୁଟ ୧୯-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଏକ ପଣସଗାଡି ହରଣଚାଳ ମାମଲାରେ କୋରାପୁଟ ଟାଉନପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଥିବା କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ କେ.ଜେ.ରେଡ୍ଡୀ ଆଜିଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ସେମିଲିଗୁଡାରୁ ଗତ ୧୧ ତାରିଖରେ ପିକଅପ ଭ୍ୟାନ ନମ୍ବର ସିଜି୦୪ଏମସି୫୫୩୦ ପଣସ ବୋଝେଇ କରି ଆସୁଥିବା ବେଳେ କୋରାପୁଟର ୪ ଜଣ ଯୁବକ ଗଞେଇ ଥିବା ଖବର ପାଇ ରେଳବାଇ କଲୋନୀକୁ ଗାଡିଟିକୁ ନେଇଯାଇ ଅର୍ଥ ଦେବାକୁ ଦାବି କରିଥିଲେ ବୋଲି ଶ୍ରୀ ରେଡ୍ଡୀ ସୂଚନା ଦେଇଥିଲେ।ସେମାନଙ୍କଠାରୁ ୫ ହଜାର ଟଙ୍କା ନେଇଯାଇଥିଲେ ବୋଲି ସେ ସୂଚନା ଦେଇଥିଲେ।ରାୟପୁର ମିନାକ୍ୟମ୍ପରେ ରହୁଥିବା ଗାଡିର ମାଲିକ ସୁଶାନ୍ତ ନନ୍ଦି ଘଟଣାସ୍ଥଳରୁ ଖସିଆସି ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ପହଂଚି ଗାଡିକୁ ଉଦ୍ଧାର କରିଥିଲେ।

ରେଳବାଇ କଲୋନୀ, ମିଶନ କପାଉଣ୍ଡ ଓ ପୂଜାରୀପୁଟର ଚନ୍ଦନ କୁମାର ଡମାଇ, ସରୋଜ କୁମାର ବେହେରା, ଅଜିତ କୁମାର ପାଣିଗ୍ରହୀ ଓ ଶିବ ବାଘଙ୍କୁ ପୋଲିସ ଗିରଫ କରିଥିବା ବେଲେ ୨୮୭୦ ଟଙ୍କା, ୩ ଟି ମୋବାଇଲ ଓ ୨ ଟି ମଟରସାଇକେଲ ଜବତ କରାଯାଇଥିବା କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ କେ.ଜେ.ରେଡ୍ଡୀ ସୂଚନା ଦେଇଥିଲେ।ଗାଡିର ଚାବି ମଧ୍ୟ ଉଦ୍ଧାର କରାଯାଇଥିବା ବେଳେ ଯିଏ ସୂଚନା ଦେଇଥିଲା ଯେ ଗାଡିରେ ଗଞେଇ ଅଛି ବୋଲି ତାକୁ ମଧ୍ୟ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଥିଲେ।କୋରାପୁଟ ଟାଉନଥାନାର ୨ ଯୁବ ଏସଆଇ ଆର.କେ. ଦେବତା ଓ ଆର.କେ.ବଳିୟାରସିଂଙ୍କ ଉଦ୍ୟମରେ ୪ ଜଣ ଯୁବକ ଗିରଫ ହୋଇଥିଲେ ବୋଲି ସେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *