ପଡୁଆ ଥାନା ନିକଟ କୁଲାବିର ଛକରେ ମାଓ ପୋଷ୍ଟର

କୋରପୁଟ:୨୨/୦୧/୨୦୧୭(ଓଡ଼ିଆ ପୁଅ/ଅଭିନାଶ ଜାନାମ)କୋରପୁଟ ଜିଲାର ନନ୍ଦପୁର ବ୍ଲକର ପଡୁଆ ଥାନା ଠାରୁ ମାତ୍ର ୫୦୦ ମିଟର ଦୁରକୁଲା ବିର ଛକ ଏକ ପାନ ଦୋକାନ କାନ୍ତରେ ଓ ବଂଜଳ ପୁଟ ଛକ, ଓ ପୂଜାରି ପୁଟ ହାଟ ପଦା, ପଡୁଆ, ଆଦିସ୍ଥାନରେ ସିପିଆଇ(ମାଓବାଦୀ) ଶ୍ରୀକାକୁଲମ –କୋରାପୁଟ ଡିଭିଜନଲ କମିଟି ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି। ଏଥିରେ ଜାନୁଆରୀ ୨୬ କୁ କଳା ଦିବସ ପାଳନ କରିବା ପାଇଁ ପୋଷ୍ଟର ମାଧ୍ୟମରେ ଲେଖାଯାଇଛି। ଦେଶରେ ଅମଲା-ପୁଞ୍ଜିପତି ଓ ରାଜନେତାମାନେ ସେମାନଙ୍କ ସଂପତି ବଢ଼ାଇବା ପାଇଁ ଲାଗିପଡିଥିବା ଉଲ୍ଲେଖ ରହିଛି। ନୀରିହ ଲୋକଙ୍କ ପାଖରେ ମୌଳିକ ଅଧିକାର ମିଳୁନଥିବା ଦାବି କରିଛନ୍ତି। ରାଜ୍ୟରେ ନବୀନ ସରକାର ଓ କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୋଧରେ ଲୋକଙ୍କୁ ଏବଂ ସହ ଜଳ, ଜମି, ଜଙ୍ଗଲ ଉପରେ ଲୋକଙ୍କ ଅଧିକାର ସାବସ୍ଥ୍ୟ କରିବା ପାଇଁ ଦୀର୍ଘ କାଳୀନ ଜନଯୁଦ୍ଧରେ ଯୋଗଦେଇ ନୂଆ ଗଣ ତାନ୍ତ୍ରିକ ବିପ୍ଳବକୁ ସଫଳ କରିବା ପାଇଁ ମାଓବାଦୀ ଆହ୍ୱାନ ଦେଇଛନ୍ତି। ଏହାବ୍ୟତୀତ କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାରେ ଚାରି ଜଣ ଯବାନଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହିତ ଏସ୍ପି ଓ ଡିଆଇଜିଙ୍କ ବଦଳି, ଗ୍ରୀନ୍ ହଣ୍ଟ ବନ୍ଦ କରିବା, ସୁଧଖୋର ମହାଜନ, ଲୁଟେରା କମ୍ପାନୀ, ଠକ ଟିକାଦାର, ମଦ ବେପାରୀଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୬, ତାରିଖରକୁ କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଜିଲାର ଲମତାପୁଟ, ପଟାଙ୍ଗୀ, ସୁଙ୍କି ଇଲାକାରେ ଦେଖିଯାଇଥିବାବେଳେ ଆଜି ପଡୁଆ ଅଞ୍ଚଳରେ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *