ଓଡ଼ିଶା

ପଡିଶା ଘର ଟ୍ରକ ଚାପାରେ ଦେଢ ବର୍ଷର ଶିଶୁ କନ୍ୟା ମୃତ, ଡ୍ରାଇଭର ଗିରଫ

ଯୋଡା- ତା ୧୫/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ସାନ୍ତବାହାଳରେ ଆଜି ସକାଳ ପ୍ରାୟ ୮ ଘଟିକା ସମୟରେ ଏକ ଅଭାବନୀୟ ଘଟଣା ଘଟାଯାଇଛି । ଘଟଣାରୁ ପ୍ରକାଶ ଯେ, ସାନ୍ତବାହାଳ ଅଞ୍ଚଳର ଅନିଲ ମହାନ୍ତଙ୍କ ଏକମାତ୍ର ଝିଅ ଶୃତି ଆଜି ସକାଳେ ଘର ବାହାରେ ଖେଳୁଥିବା ସମୟରେ ପାଖରେ ଥିବା ପଡୋଶୀ ହେମନ୍ତ ମହାନ୍ତଙ୍କ ୧୦ ଚକିଆ ଟ୍ରକଟିକୁ ତାଙ୍କ ସାନ ଭାଇ ସାମନ୍ତ ମହାନ୍ତ ଷ୍ଟାର୍ଟ କରି ପଛକୁ ନେଉଥିବା ବେଳେ ଅସାବଧାନତା କାରଣରୁ ଟ୍ରକଟି ଶୃତି ଉପରେ ଚଢିଯାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ଶିଶୁ କନ୍ୟାର ମୃତୁ୍ୟ ହୋଇଯାଇଥିଲା । ଘଟଣା ସ୍ଥଳରେ ବଡବିଲ ପୁଲିସ ପହଞ୍ଚô ଟ୍ରକଟିକୁ ଜବତ କରିବା ସହ ଡ୍ରାଇଭର ସାମନ୍ତ ମହାନ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top