ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା କେନାଲରେ ପାଣି ଛଡାଗଲା

କେନ୍ଦ୍ରାପଡା୨୫/୭ (ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ମୁଖ୍ୟ କେନାଲରେ ଜଗତପୁର ନର୍ଥ ଡିଭିଜନ ପକ୍ଷରୁ ଶନିବାରଠାରୁ ପାଣି ଛଡାଯାଇଥିବା ଜଣାପଡିଛି। ପଟ୍ଟାମୁଣ୍ଡାଇ କେନାଲରେ ଏକଶହ କ୍ୟୁସେକ୍ ପାଣି ଛଡାଯାଇଥିବାବେଳେ କେନ୍ଦ୍ରାପଡା କେନାଲରେ ୨ଶହ କ୍ୟୁସେକ୍ ପାଣି ଛଡାଯାଇଛି। ପଟ୍ଟାମୁଣ୍ଡାଇ କେନାଲରେ ୭ଶହ କ୍ୟୁସେକ୍ ପାଣିର ଆବଶ୍ୟକ ଥିବାବେଳେ କେନ୍ଦ୍ରାପଡା କେନାଲରେ ୯ଶହ କ୍ୟୁସେକ୍ ପାଣିର ଆବଶ୍ୟକତା ରହିଛି। ପାଣିପାଗ ବିଭାଗ ପକ୍ଷରୁ ୧୫ତାରିଖ ଠାରୁ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯିବାରୁ ଏହି ଦୁଇଟି କେନାଲରେ ଚାଷ କାର୍ଯ୍ୟ ପାଇଁ ପାଣି ଛଡାଯାଇନଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଜିଲାରେ ସ୍ୱଳ୍ପ ବୃଷ୍ଟିପାତ ହେବାରୁ ଜଳସେଚନ ବିଭାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନାଲରେ ପାଣି ଛାଡିଥିବା କେନ୍ଦ୍ରାପଡା ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *