ଜିଲ୍ଲା ପରିକ୍ରମା

ପଟ୍ଟାମିଳୁନ ଜଙ୍ଗଲ ଜମି, ସରକାରୀ ବାସଗୃହ ଓ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟହିତାଧିକାରୀ

ଖଇରା, ୨୯/୬/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ସରକାର ଆଦିବାସୀ, ହରିଜନ, ଗରିବ, ନିସହାୟ ଓ ଭୂମିହୀନମାନଙ୍କୁ ଚାରି(୪)ଡେସିମିଲ ଘରଡିହ ପଟ୍ଟା ଯୋଗାଇ ଦେଉଥିବାର ଡିଣ୍ଡମ ପିଟୁଥଲାବେଳେ ବାଲେଶ୍ୱର ଜିଲ୍ଲା ଖଇରା ତହସିଲର ଯୋଗ୍ୟ ହିତାଧିକାରୀମାନେ ସେଥିରୁ ବାଦ ପଡିବା ବଡଦୁଃଖ ଓ ଲଜ୍ୟାର ବିଷୟ। ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛିଛି କୁପାରୀ ରାଜସ୍ୱ କ୍ଷେତ୍ର ଅଧିନରେ ଥିବା ଗ୍ରାମ ଗୁଡିକରେ। ସୀମାନ୍ତରେ ଥିବା ଶାରିଶୁଆ ପାହାଡ ପାଦଦେଶରେ ବସବାସ କରୁଥିବା ଉପରୋକ୍ତ ବର୍ଗର ଆଦିମ ଅଧିବାସୀ ମାନଙ୍କୁ ସରକାରଙ୍କ ତରଫରୁ ଜଙ୍ଗଲ ଜମି ପଟ୍ଟା ମିଳୁ ନଥିବାରୁ ପରିବାର ଗୁଡିକ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ସରକାରଙ୍କ ତରଫରୁ ମିଳୁଥିବା ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ ମଧ୍ୟ ପାଇ ପାରୁନାହାଁନ୍ତି। କେହି କେହି ପଟ୍ଟା ପାଇଁ ଆବେଦନ କରିଥିଲେ ମଧ୍ୟ ବର୍ଷବର୍ଷ ବିତି ଯାଉଥିଲେ ସୁଦ୍ଧା ମିଳୁନଥିବା ନେଇ କେତେକ ପରିବାର ଗୁଡିକ ପକ୍ଷରୁ ରାଜସ୍ୱ ବିଭାଗରେ ଅଭିଯୋଗ ହୋଇଛି। ଯଦି ରାଜସ୍ୱ ବିଭାଗ ପକ୍ଷରୁ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆନଯାଏ, ତା’ହେଲେ ଗଗୁଆ, ଗୁଆପାଳ, ଭୂଦେଇଶୁଳ, କଦଳିଗଡିଆ, କୁଟୀରପାଳ, ଗାଭର, ବଗେଇପୁର, ବାରାଯୋଡି, ଓସ୍ତପାଳ ଇତ୍ୟାଦି ଗ୍ରାମର ଗଗନ ପାତ୍ର, ତନୁ ପାତ୍ର, ମିନତୀ ନାଇକ, ଚକରା ନାଇକି, ଚେମା ପାତ୍ର, ପ୍ରଫୁଲ୍ଲ ନାଇକି ପ୍ରମୁଖ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନି ଦେଇଛନ୍ତି। ପ୍ରକାଶ କି ଉପରୋକ୍ତ ଗ୍ରାମ ଗୁଡିକରେ ବହୁ ସଂଖ୍ୟାରେ ଗ୍ରାମବାସୀମାନେ ୫୦ବର୍ଷରୁ ଉର୍ଦ୍ଧ ସମୟଧରି ବସବାସ କରି ଆସଅୁଛନ୍ତି। ଅଦ୍ୟାବଧି ସେମାନଙ୍କୁ ଘରଡିହ ପଟ୍ଟାଖଣଡେ ମିଳି ନ ଥିବା ନେଇ ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ବନ ବିଭାଗର ଅଧିକାରୀ ଓ ରାଜସ୍ୱ ଅଧିକାରୀ ମାନଙ୍କ ନିକଟରେ ପଟ୍ଟା ପାଇଁ ଲିଖିତ ଭାବେ ଜଣାଇ ଆସୁଅଛନ୍ତି। ହେଲେ ସେମାନଙ୍କୁ ପଟ୍ଟା ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ନେଇ ଗୁଆପାଳର ମିନତୀ ନାୟକ କହିଛନ୍ତି। ପାଖାପାଖି ୧ବର୍ଷ ତଳେ ତକ୍ରାଳିନ ତହସିଲଦାର ରମେଶ ଜେନା କୁପାରୀ ରାଜସ୍ୱ ନିରୀକ୍ଷକ ଚିଙ୍କେଶସ ସେନାପତିଙ୍କ ସହିତ ଗ୍ରାମଗୋଡିକୁୁ ଯାଇ ଅଧିବାସୀମନଙ୍କର ଦୁରାବସ୍ଥା ଦେଖି ଖୁବଶୀଘ୍ର ପଟ୍ଟା ପ୍ରଦାନ ଲାଗି ପ୍ରତିଶୃତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ଘର ପଟ୍ଟା ମିଳିପାରି ନାହିଁ। ୨୦୧୧ସାମାଜିକ ଅର୍ଥନୈତିକ ଜାତି ତାଲିକାରେ ୧୦୭ଜଣଙ୍କ ନାମ ରହିଥିବା ବେଳେ ଏବେ ସେମାନଙ୍କ ମଧ୍ୟରୁ ୧୭ଜଣଙ୍କ ନାମରେ ଘର ମିଳିଛି। ସେଥି ମଧ୍ୟରୁ ମିନତୀ ନାଇକ, ପ୍ରଫୁଲ୍ଲ ନାଇକି, ଚେମା ପାତ୍ରଙ୍କ ଭଳି କିଛି ହିତାଧିକାରୀ ଘର କରିସାରି ବିଲ୍ ପାଇଁ ଡହଳବିକଳ ହେଉଥିବା ବେଳେ ଗଗନ ପାତ୍ର, ତନୁ ପାତ୍ର ପଟ୍ଟା ଅଭାବରୁ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରୁନଥିବାର ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଔପଦା ରେଞ୍ଜର ପ୍ରଦୀପ ଜେନାଙ୍କୁ ପଚାରିବାରେ ଯଦି ସେହି ଗ୍ରାମର ବାସିନ୍ଦା ୨୦୦୫ମସିହା ପୂର୍ବରୁ ପଟ୍ଟାପାଇଁ ଡବ୍ଲ୍ୟୁଇଓଙ୍କ ଜରିଆରେ ଆବେଦନ କରିଥିବେ ତେବେ ସେମାନଙ୍କୁ ପଟ୍ଟା ପ୍ରଦାନ ନିମିତ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ରାଜସ୍ୱ ନିରୀକ୍ଷକ ଚିଙ୍କେସ ସେନାପତିଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯିବାରେ ଯେଉଁ ମାନଙ୍କର ବିଲ ଅଟକି ରହିଛି ସେଥିପାଇଁ ସେ ବିଡିଓଙ୍କୁ ତାଙ୍କ ରିପୋର୍ଟ ଦେଇ ସାରିଛନ୍ତି। ସେମାନଙ୍କୁ ସେମାନଙ୍କ ବକେୟାବିଲ ଖୁବ ଶୀଘ୍ର ମିଳିଯିବ। ଅନ୍ୟମାନଙ୍କ କ୍ଷେତ୍ରରେ ଯେଉଁ ମାନେ ପଟ୍ଟା ଅପେକ୍ଷାରେ ଅଛନ୍ତି ଆଇନ କଟକଣା ଯୋଗୁଁ ସେମାନଙ୍କୁ ପଟ୍ଟା ମିଳିବା କଷ୍ଟକର ବୋଲି କହିଛନ୍ତି। ସେମାନଙ୍କର ଘରଡିହ ପଟ୍ଟା ନଥିବାରୁ ତହସିଲରୁ କୌଣସି ପ୍ରମାଣପତ୍ର ନିଳୁନାହିଁ। ଯାହାଦ୍ୱାରା କି ପିଲାମାନଙ୍କର ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି। ସରକାରଙ୍କର ଶିକ୍ଷାର ବିକାଶ ଯୋଜନା ଫେଲ ମାରୁଛି। ତୁରନ୍ତ ଏହାର ସମାଧାନ ନିମନ୍ତେ ସରକାର ପଦକ୍ଷେପ ନେବାକୁ ଅଂଚଳବାସୀଙ୍କ ତରଫରୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top