ପଟ୍ଟାଙ୍ଗୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନିର୍ମାଣଧିନ ମେଡିକାଲ କଲେଜ ପରିଦର୍ଶନ

କୋରାପୁଟ ୧୦-୦୬-୧୭ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜର ନିର୍ମାଣଧିନ ଗୃହ ପରିଦର୍ଶନ କରିଥିବା ଜଣାପଡିଛି। ଚଳିତବର୍ଷ ଡାକ୍ତରୀ ପାଠପଢା ଆରମ୍ଭ ହେବାକୁ ଥିବା ବେଳେ ତୁରନ୍ତ ନୂତନ ଗୃହ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

କୋରାପୁଟ ହସପିଟାଲର ଏଡିଏମଓ ତଥା ଉପଅଧିକ୍ଷକ ଡାକ୍ତର ପର୍ଶୁରାମ ଚଂପତିରାୟ , ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି ,କୋରାପୁଟ ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ରବିବାର କିମ୍ବା ସୋମବାର ଦିନ କୋରାପୁଟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଚର୍ଚ୍ଚା ହେଉଥିବା ଜଣାପଡିଛି।

କୋରାପୁଟ ଗସ୍ତ ସମୟରେ ମେଡିକାଲ କଲେଜର ନିର୍ମାଣଧିନ କୋଠାର ଅଗ୍ରଗତି ସଂପର୍କରେ ଆଲୋଚନା କରି ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଥିବା ସାଧାରଣରେ ଆଲୋଚନା ହେଉଛି। କିନ୍ତୁ ସରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଂପର୍କରେ କୈାଣସି ସୂଚନା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *