କୋରାପୁଟ

ପଟ୍ଟାଙ୍ଗି ବ୍ଲକରେ ଆମ ଗାଁ ଆମ ବିକାଶ ପାଇଁ ପ୍ରସ୍ତୁତି ବୈଠକ

କୋରାପୁଟ ;ତା୦୩-୦୭-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତା ୬ତାରିଖରେ ଓଡିଶା-ଆନ୍ଧ୍ର ସୀମା ମାଓଅଧ୍ୟୁଷିତ ପଟ୍ଟାଙ୍ଗି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବାବେଳେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ କୁମାର ପାଙ୍ଗୀ, ବିଡିଓ କରୁଣାକର ପ୍ରଧାନ,  ଥାନା ଅଧିକାରୀ ଦେବ କୁମାର ଗୋମାଙ୍ଗ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନା କରିଥିଲେ। ଆମ ଗାଁ ଆମ ବିକାଶ ଯୋଜନାରେ ମିଳୁଥିବା ସ୍ୱତନ୍ତ୍ର ଅନୁଦାନରେ ବ୍ଲକର କେଉଁ ପଂଚାୟତରେ କେଉଁ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିବା ଜଣା ପଡିଛି। ବିଶେଷ କରି ବିବାଦୀୟ କୋଟିଆ ପଂଚାୟତ ସମେତ ଓଡିଶା-ଆନ୍ଦ୍ର ସୀମାରେ ଥିବା ତଳଗୋଲୁର, ସୁଙ୍କି, ଆମ୍ପାବାଲି ପଂଚାୟତକୁ ଗୁରୂତ୍ୱ ଦିଆଯିବ ବୋଲି ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top