ଓଡ଼ିଶା

ପଟ୍ଟାଙ୍ଗି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

କୋରାପୁଟ ; ତା୦୭-୦୭-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିର୍ଙ୍କ ଅଧ୍ୟକ୍ଷତାରେ ପଟ୍ଟାଙ୍ଗି ବ୍ଲକ ନିମନ୍ତେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ମିନି ଷ୍ଟାଡିଅମରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ଝିନ୍ନ ହିକକା, ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ଜିଲା ପରିଷଦ ସଭାପତି ପ୍ରଭୂ ଯାନୀ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି ଓ ଅନ୍ୟାନ୍ୟ ପଂଚାୟତ ପ୍ରତିନିଧି ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବ୍ଲକର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ବ୍ଲକର ୧୪ଟି ପଂଚାୟତର ୧୬୩ ଗୋଟି ପ୍ରକଳ୍ପ ନିମନ୍ତେ ୩କୋଟି ୧୦ଲକ୍ଷ ଟଙ୍କା ଅନୁମୋଦନ କରିଥିବା ଜଣା ପଡିଛି। ବିଭିନ୍ନ ଗ୍ରାମରେ କଲ୍ୟାଣ ମଣ୍ଡପ, ନିଶାଣୀମୁଣ୍ଡା ନିର୍ମାଣ, ପାଠାଗାର, ସ୍କୁଲରେ ଶ୍ରେଣୀଗୃହ ଏବଂ ଅଙ୍ଗନୱାଡି କୋଠା ନିର୍ମାଣ ଉପରେ ଗୁରୂତ୍ୱ ଦିଆ ଯାଇଥିବା ଜଣା ପଡିଛି। ଏହି ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଣୀ ଚିକିତ୍ସା, ଶିଶୁ ବିକାଶ, ପ୍ରକଳ୍ପ ବିଭାଗ ପକ୍ଷରୁ ଷ୍ଟଲ ନିର୍ମାଣ କରି ସରକାରୀ ଯୋଜନା ଗୁଡିକୁ ବିଧାକ ଓ ସାସଂଦଙ୍କ ଦ୍ୱାରା ଉଦଘାଟିତ କରାଯାଇଥିବା ବେଳେ ୩୯୫ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତା, ୧୫୨ଟି ଖାଦ୍ୟକାର୍ଡଏବଂ ଟ୍ରାଇ ସାଇକଲ ପ୍ରଦାନ କରିଥିଲେ।। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ରଘୁରାମ ପଡାଲ, ଜଳାଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ଜିଲା ପରିଷଦ ସଦସ୍ୟ ଡୁମୁରୀ ଖୀଲ, ବିଜେଡି ନେତା ଶିବ ପ୍ରସାଦ ପଟ୍ଟନାୟକ, ବିଡିଓ କୁରୁଣାକର ପ୍ରଧାନ, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ ମେହେର, ଏବିଡିଓ ପଦ୍ମନାଭ ତ୍ରୀପାଠୀ, ତହସିଲଦାର ଅରୁଣ କୁମାର ଖଣ୍ଡା, କନିଷ୍ଠ ଯନ୍ତ୍ରୀ ବି କେ ନନ୍ଦ, ବିଭୂଦତ ଦାସ, ବ୍ଲକ ଜଳବିଭାଜିକା ଅଧିକାରୀ ଗଣେଶ୍ୱର ସାମନ୍ତରାୟ, ଯୋଗାଣ ଅଧିକାରୀ ସୁନାଲି ଖରା, ବିଏସଓ ସୈାଦାମିନୀ ପ୍ରଧାନ, ରଘୁରାମ ବାଙ୍କା, ବିଜେଡି ନେତା ନାଗେଶ ଚୈାଧୁରୀ, ବ୍ଲକ ବିଜେଡି ସଭାପତି ବିଶ୍ୱନାଥ ପଡାଲ, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ, ପ୍ରଭାତ ସୁତାର ସମେତ ୫ହଜାର ଲୋକ ଯୋଗ ଦେଇଥିଲେ। ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ପଟ୍ଟାଙ୍ଗୀ ବ୍ଲକ ବାସିନ୍ଦାଙ୍କ ତରଫରୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପାଙ୍ଗୀ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକଳ୍ପ କାର୍ଯ୍ୟଗୁଡିକ ତୁରନ୍ତ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top