ଓଡ଼ିଶା

ପଟଣା ବିଜୁ ଜନତା ଦଳର ନବବର୍ଷର ବନ୍ଧୁ ମିଳନ – ମନ ଫଟାଫଟି ଦୂର ପାଇଁ ଭୀମକୁଣ୍ଡ ଭୋଜିରେ ପ୍ୟାଚ୍ ପଡିଲା

ପାଟଣା, ତା୦୩/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳରେ ଅନ୍ତରଦ୍ବନ୍ଦ ଲାଗିରହିଥିବା ବେଳେ ବୁଧବାର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରିୟ ଏକ ବନ୍ଧୁମିଳନ ପର୍ଯ୍ୟଟନ ସ୍ଥଳୀ ଭିମକୁଣ୍ଡ ଠାରେ ଏକ ଭୋଜିର ଆୟୋଜନ କରାଯାଇ ନିର୍ବାଚନ ମଣ୍ଡଳୀ ସ୍ତରିୟ କିଛି ଦଳୀୟ ନେତା ଙ୍କୁ ବାଦ୍ ଦେଇ କିଛି ଛାମୁଆ ନେତା ଓ କର୍ମୀଙ୍କୁ ନେଇ ଆୟୋଜନ କରାଯାଇଥିଲା। ପାଟଣା ନିର୍ବାଚନ ମଣ୍ଡଳୀରେ ତଗାତର ଦୁଇଥର ବିଜୁଜନତା ଦଳ ର ବିଧାୟକ ହୋଇଥିବା ବେଳେ ବିଧାୟକ ଙ୍କ ପକ୍ଷରୁ ଏହା ପ୍ରଥମ ଥର ପାଇଁ ଭୀମକୁଣ୍ଡ ରେ ଆୟୋଜନ କରି ଦଳ ମଧ୍ୟରେ ଛାମୁଆ ନେତାଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର କ୍ରମଶଃ ଉଗ୍ର ରୁପ ଧାରଣ କରିବାର ସମ୍ଭାବନା ଥିବାରୁ ବନ୍ଧୁମିଳନ ନାମରେ ଭୋଜି ଭାତ କରି ଛାମୁଆ ନେତାଙ୍କ ମଧ୍ୟରେ ମନ ଫଟାଫଟି ଦୂର କରିବା ନେଇ ଭୋଜି ଭାତ ଆୟୋଜନ ରେ କେତେ ସଫଳ ହେବ ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ପାଟଣା ବିଧାୟକ ହୃଷିକେଶ ନାଏକଙ୍କ ପକ୍ଷରୁ ନିର୍ବାଚନ ମଣ୍ଡଳସ୍ତରୀୟ ଦଳୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରବଳ ହର୍ଷୋଲ୍ଲାସ ମଧ୍ୟରେ ପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟି, ବ୍ଲକ ଯୁବ ବିଜୁ ଜନତା ଦଳ ସଭାପତି ତଥା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସାହାରପଡା ବ୍ଲକ ବିଜୁ ଜନତା ଦଳ ସଭାପତି ଗୋବିନ୍ଦ ମହାନ୍ତ, ଉଖୁଣ୍ଡା ଅଞ୍ଚଳର ବିଜୁ ଜନତା ଦଳ ନେତା ଜିଲା ସଂପାଦକ ମହେନ୍ଦ୍ର କୁମାର ସାହୁ, ପାଟଣା ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ମୂଷାଖୋରୀ ସରପଞ୍ଚ ଭାମାମଣୀ ଦାସ, ଚିନାମାଳିପଶି ସରପଞ୍ଚ କନକଲତା ନାୟକ, ଜିଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ଯୁବନେତା ନବକିଶୋର ପୃଷ୍ଟି, ତୁରୁମୁଙ୍ଗାର ବାବିଲାଲ ସାହୁ, ଚିନାମାଳିପଶି ସମିତିସଭ୍ୟ ତଥା ପାଟଣା ଲ୍ୟମ୍ପ୍ସ ସଭାପତି ବିଶ୍ୱନାଥ ନାୟକ, ଯୁବନେତା ଗୋବିନ୍ଦ ସାହୁ, ବିଜୟରତ୍ନ ପତି, ବୁଲୁ ଭଞ୍ଜ, ବିଭୂ ବେହେରା, ବିଦ୍ୟାଧର ନାଏକ, ନିତ୍ୟାନନ୍ଦ ମହାନ୍ତ, ଶ୍ରୀବତ୍ସ ସାହୁ ପ୍ରମୁଖ ବନ୍ଧୁମିଳନ ପର୍ବରେ ସାମିଲ ଥିଲେ। ବନ୍ଧୁମିଳନ ଉପଲକ୍ଷେ ଖୋଦ୍ ବିଧାୟକ ହୃଷିକେଶ ନାଏକଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରୁ ଚାଉଳ ଭାତକୁ ମୋଟା ବହଳିଆ ଡାଲି, ଖାସି ମାଂସ ସାଙ୍ଗକୁ ଖଟା ବନ୍ଧୁମିଳନରେ ସାମିଲ ଛାମୁଆ ନେତା ଓ କର୍ମୀଙ୍କୁ ବଣଭୋଜିର ଆନନ୍ଦ ଆଣି ଦେଇଥିବା ବେଳେ ମନ ପାଣିଚିଆ ରହିଥିଲା। ଏତେସବୁ ସତ୍ତ୍ବେ ମନଫଟା ଫଟିରେ ପ୍ୟାଚ୍ ଉଦ୍ୟମ ସତ୍ତ୍ବେ ଦଳର ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ତଥା ଦଳର ରାଜ୍ୟ ପରିଷଦ ସଦସ୍ୟ ଦୀପକ କୁମାର ରାଜ ତାଙ୍କୁ ଏହି ବନ୍ଧୁମିଳନକୁ ଡକାଯାଇନଥିବାକୁ ସୂଚନା ଦେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ତେବେ ଦୁଇଶହ ବିଜୁ ଜନତା ଦଳ କର୍ମୀଙ୍କ ଗହଣରେ ବନ୍ଧୁମିଳନ ପର୍ବ ଦଳରେ ପୁନଃ ଏକତା ଆଣିବାରେ ସହାୟକ ହେବ ବୋଲି କୁହାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top