କେନ୍ଦୁଝର

ପଞ୍ଚାୟତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ତୁରୁମୁଙ୍ଗା ୨୬-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) ପାଟଣା ବ୍ଲକ ତୁରୁମୁଙ୍ଗା ହାଇସ୍କୁଲ ପଡିଆ ଠାରେ ବଜାର କମିଟି ତରଫରୁ ୬୯ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ହୃଷିକେଶ ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଗ୍ରାମର ଶିଳ୍ପପତି ପ୍ରତାପସାହୁ, ସମାଜ ସେବୀ ଅଖିଳ ନାଏକ ଯୋଗଦେଇଥିଲେ। ଏହି ଉତ୍ସବ ରେ ତୁରୁମୁଙ୍ଗା ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ଝାଲିଆ ଙ୍କୁ ଉପଢୌଙ୍କନ ଏବଂ ମାନ ପତ୍ର ଦେଇ ବଜାର କମିଟି ତରଫରୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା। ଏଥି ସହିତ ଉତମ ପ୍ୟାରେଡ଼ ପ୍ରଦର୍ଶିତ ପାଇଁ ତୁରୁମୁଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟ କୁ ପ୍ରଥମ ସ୍ଥାନ ଦଧିବାମନ ବାଳକ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଓ ବୈତରଣୀ ମୋର୍ଡନ ସ୍କୁଲ କୁ ତୃତୀୟ ସ୍ଥାନରେ ବଛା ଯାଇ ପୁରସ୍କୃତ କରାଯାଇଥିଲା। ପରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ତୁରୁମୁଙ୍ଗା ବଜାର କମିଟି ର ସୁବଳ ସାହୁ ତପନ ସାହୁ ମନୋଜ ସାହୁ ସନ୍ତୋଷ ବାରିକ ବିଚିତ୍ରା ନନ୍ଦ ସାହୁ କ୍ଷେତ୍ରବାସୀ ସାହୁ ପ୍ରମୁଖ ସଦସ୍ୟ ଙ୍କ ଦ୍ଵାରା ଆୟୋଜିତ ହୋଇଥିଲା ଶିକ୍ଷକ କୋଇବାଲ୍ୟ ସାହୁ ମଞ୍ଚ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ତୁରୁମୁଙ୍ଗା ଥାନା ପକ୍ଷରୁ ପ୍ରେମକୁମାର ଜେନା ଏବଂ ଗୁରୁପ୍ରସାଦ ଦେଓ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top