ଜିଲ୍ଲା ପରିକ୍ରମା

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବଦଳି ଦାବୀ

ଯାଜପୁର-୨୮/୭(ଓଡିଆ ପୁଅ/ଏ.ରାଉତ) – ରାଜନୈତିକ ଆକ୍ରୋସ ରଖି ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟ କରୁଥିବାରୁ ଜନପ୍ରତିନିଧିମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବୀ କରିଛନ୍ତି । ଯାଜପୁର ବ୍ଲକ୍ ଝାଲପଡ଼ା ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ସମର୍ଥୀତ ପ୍ରାର୍ଥୀକୁ ପରାସ୍ତ କରି ବିରୋଧୀ ଭାରତୀୟ ଜନତା ଦଳର ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଥିଲେ । ବରୀ ନିର୍ବାଚନମଣ୍ଡଳୀରେ ଯାଜପୁର ବ୍ଲକ୍ର ୮ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ । ତନ୍ମଧ୍ୟରୁ ଝାଲପଡ଼ା ପଞ୍ଚାୟତ ଅନ୍ୟତମ । ବରୀ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଭାଜପାର ବିଶ୍ୱରଞ୍ଜନ ମଲ୍ଲିକଙ୍କ ଦୃଢ଼ ସଙ୍ଗଠନ ଓ ଜନସାଧାରଣଙ୍କ ସହିତ ଓତଃପ୍ରୋତଭାବେ ଜଡ଼ିତ ରହିବାରୁ ବିଶ୍ୱଙ୍କ ନେତୃତ୍ୱରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବରୀ ନିର୍ବାଚନମଣ୍ଡଳୀରେ ବିଶ୍ୱଙ୍କ ସମର୍ଥୀତ ପ୍ରାର୍ଥୀଙ୍କୁ ଅଦ୍ଭୁତ ପ୍ରକାର ସଫଳତା ମିଳିଥିଲା ଯାହାକି ବିଶ୍ୱଙ୍କ ନେତୃତ୍ୱରେ ବରୀ ପଞ୍ଚାୟତ ସମିତି ଗଠିତ ହୋଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମର୍ଥୀତ ପ୍ରାର୍ଥୀ ଝାଲପଡ଼ା ପଞ୍ଚାୟତରେ ବିଜୟୀ ହୋଇଥିଲେ । ବିରୋଧୀ ଦଳ ପ୍ରାର୍ଥୀ ନିର୍ବାଚିତ ହେବାପରେ ଶାସକ ଦଳ ଇଙ୍ଗିତରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଜନପ୍ରତିନିଧିଙ୍କ କାର୍ଯ୍ୟ କରୁନାହାନ୍ତି । ଏପରିକି ପଞ୍ଚାୟତର କାର୍ଯ୍ୟାଳୟକୁ ନଆସି ଶାସକ ଦଳ ନେତାଙ୍କ କଥାରେ ପଞ୍ଚାୟତରେ ବିଭିନ୍ନ ବେଆଇନଭାବେ କାର୍ଯ୍ୟ କରୁଛନ୍ତି । ଶାସକ ଦଳ ନେତାଙ୍କ ଇଙ୍ଗିତରେ ବିଭିନ୍ନ ସରକାରୀ ଯୋଜନାଗୁଡ଼ିକ ଶାସକ ଦଳ କର୍ମୀଙ୍କୁ ପ୍ରଦାନ କରୁଛନ୍ତି । ପଞ୍ଚାୟତର ଗ୍ରାମସଭା ଓ ପଲ୍ଲୀସଭାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶାସକ ଦଳର କଥାରେ ପରିବର୍ତ୍ତନ କରି ବ୍ଲକ୍ ପ୍ରଶାସନକୁ ପ୍ରଦାନ କରୁଛନ୍ତି । ଯଦ୍ୱାରା ଝାଲପଡ଼ା ପଞ୍ଚାୟତରେ ବହୁ ଗରିବ, ଅସହାୟ, ନଷ୍ପେସିତ ହିତାଧିକାରୀମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଥିରେ ପଞ୍ଚାୟତର ସାଧାରଣ ଜନତା ବିରୋଧ କଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସେମାନଙ୍କୁ ଆଶାଳୀନ ବ୍ୟବହାର କରୁଛନ୍ତି । ପଞ୍ଚାୟତର ମହିଳା ଜନପ୍ରତିନିଧିଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶ୍ଳୀଳ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ ଶାସକ ଦଳର ସମର୍ଥନରେ ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଦେଉନାହାନ୍ତି । ପଞ୍ଚାୟତରେ ବହୁ ଉନ୍ନତିମୂଳକ କାର୍ଯ୍ୟ ପଛେଇ ଯାଇଛି । ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବଦଳି ଦାବୀ ନେଇ ବରୀ ନିର୍ବାଚନମଣ୍ଡଳୀର ଭାଜପା ନେତା ବିଶ୍ୱରଞ୍ଜନ ମଲ୍ଲିକ, ଝାଲପଡ଼ା ସରପଞ୍ଚ ନିର୍ମଳ ସାମଲ, ପଞ୍ଚାୟତର ୱାର୍ଡ଼ମେମ୍ବରବୃନ୍ଦ, ବରିଷ୍ଠ ନେତା ଦେବେନ୍ଦ୍ର ଦାସ ପ୍ରମୁଖ ମଙ୍ଗଳବାର ଦିନ ଭାରପ୍ରାପ୍ତ ଜିଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶକ ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଭେଟି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବଦଳି ପାଇଁ ଦାବୀ କରିଛନ୍ତି । ଭାରପ୍ରାପ୍ତ ଜିଲାପାଳ ସମସ୍ତ ଘଟଣା ଶୁଣିବା ପରେ ଏହାର ତୁରନ୍ତ ସମାଧାନ କରିବେ ବୋଲି ଭେଟିଥିବା ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସରପଞ୍ଚ ନିର୍ମଳ ସାମଲ ସୂଚନା ଦେଇଛନ୍ତି ।
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top