ପଞ୍ଚାୟତ ଗଠନରେ ଅନିୟମିତତାକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି,୨୬ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ନୁତନ ଏଙ୍ଗାରସିଙ୍ଗି ଗ୍ରାମ ପଞ୍ଚାୟତ ଗଠନରେ ଅନିୟମିତତା ହୋଇଥିବାର ଅଭିଯୋଗ କରି ଜାଲ୍ଲୋ ଗ୍ରାମର ବାସିନ୍ଦାମାନେ ଜିଲାପାଳଙ୍କ ଉଦେଶ୍ୟରେ ଏକ ସ୍ମରକପତ୍ର ପ୍ରଦାନ କରିଛନ୍ତି । ଏମାନଙ୍କ ଅଭିଯୋଗ ଅନୁଯାଇ ଲୋବା ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ନୁତନ ଏଙ୍ଗାରସିଙ୍ଗି ପଞ୍ଚାୟତର ସରପଞ୍ଚ ପିତାମ୍ବର ନାୟକ ତାଙ୍କ ସ୍ୱାର୍ଥ ଉଦେଶ୍ୟରେ ଜନଗଣନାକୁ ଅବମାମନା କରି ଜନବହୁଳ ଗ୍ରାମକୁ ସର୍ବନିମ୍ନ ଗ୍ରାମ କରି ନିଜ ଗ୍ରାମ ଏଙ୍ଗାରସିଙ୍ଗି ଗ୍ରାମକୁ ଜନବହୁଳ ଦର୍ଶାଇ ପଞ୍ଚାୟତ ଗଠନ କରିଛନ୍ତି । ଗ୍ରାମବାସୀଙ୍କ ତଥ୍ୟ ଅନୁସାରେ ସରକାରଙ୍କ ୨୦୧୧ଜନଗଣନ ଅଧିକାର ଅନୁସାରେ ଜାଲ୍ଲୋ ଗ୍ରାମର ଜନସଂଖ୍ୟା ୭୭୧ ହୋଇଥିବା ବେଳେ ଏଙ୍ଗାରସିଙ୍ଗି ଗ୍ରାମର ଜନସଂଖ୍ୟା ୫୧୨ ଅଟେ । ମାତ୍ର ନୁତନ ପଞ୍ଚାୟତ ଗଠନ ବେଳେ ସରପଞ୍ଚଙ୍କ ଦ୍ୱାରା ଭୁଲ ତଥ୍ୟ ରଖାଯାଇ ଜାଲ୍ଲୋ ଗ୍ରାମ ଜନସଂଖ୍ୟା ୫୭୧ ଏବଂ ଏଙ୍ଗାରସିଙ୍ଗି ଗ୍ରାମର ଜନନସଂଖ୍ୟା ସର୍ବାଧିକ ୫୮୦ ବୋଲି ଦର୍ଶାଯାଇଛି । ତେଣୁ ଏକ ଜନବହୁଳ ଗ୍ରାମକୁ ପଞ୍ଚାୟତରେ ସର୍ବନିମ୍ନ ଦର୍ଶାଇଯାଇଥିବାରୁ ଏହାକୁ ନେଇ ଗ୍ରାମବାସୀମାନେ ପ୍ରଶାସନରେ ଅଭିଯୋଗ କରିଛନ୍ତି । ନଚେତ୍ ଉପରିସ୍ଥ ବିଭାଗିୟ ଅଧିକାରୀଙ୍କ ଦ୍ୱାରସ୍ଥ ହେବାକୁ ଗ୍ରାମବାସୀମାନେ ବାଧ୍ୟ ହେବେ ବୋଲି ଗ୍ରାମର ଅନନ୍ତ କୁମାର କାର୍ଯୀ, କୃଷ୍ଣଚନ୍ଦ୍ର ବଡମୁଣ୍ଡି, ଦଣ୍ଡପାଣି ଗମାଙ୍ଗ, ସିଦେ୍ଧଶ୍ୱର କାର୍ଯୀ, କୁମୁଦିନି ବେହେରା ପ୍ରମୁଖ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *