ଓଡ଼ିଶା

ପଞ୍ଚାୟତିରାଜ ଦିବସକୁ ନେଇ ବିଜେପି ରାଜନୀତି ନକରୁ: ବିଜୟ ନାୟକ

ଭୁବନେଶ୍ୱର, ୨୬/୪/୨୦୧୮(ଓଡ଼ିଆ ପୁଅ): ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରକାରେ ପରାମର୍ଶ ଦେଇଥିଲେ ସେହି ପ୍ରକାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହାକୁ ନେଇ ରାଜ୍ୟ ବିଜେପି ଅଯଥା ରାଜନୀତି କରୁଛି ବୋଲି ରାଜ୍ୟ ବିଜେଡି ସଂପାଦକ ବିଜୟ ନାୟକ କହିଛନ୍ତି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥିକୁ, ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣରେ ତାଙ୍କର ଅବଦାନକୁ ସ୍ମରଣ କରି ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାହୋଇ ଆସୁଛି। ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ଷମତା ଅର୍ପଣ ଆଦି କ୍ଷେତ୍ରରେ ତାଙ୍କର ପଦକ୍ଷେପ ପରବର୍ତ୍ତୀ ସମୟରେ ସାରା ଦେଶ ଗ୍ରହଣ କରିଛି। କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣରେ ବିଜୁବାବୁଙ୍କ ଭୂମିକା ସମ୍ମାନର ସହ ସ୍ୱୀକାର କରାଯାଉଛି। ରାଜ୍ୟ ସରକାର ଏହି ଦିବସକୁ ଯଥୋଚିତ ଢଙ୍ଗରେ ପାଳନ କରିଆସୁଛନ୍ତି।

କେନ୍ଦ୍ରରେ ଏନ୍‌ଡିଏ ସରକାର ଆସିବା ପରେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଛନ୍ତି ଅଥବା ଅନୁଦାନ ହ୍ରାସ କରିଛନ୍ତି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ କେତେକ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହୋଇଛନ୍ତି। ଏଥିରୁ କେନ୍ଦ୍ର ଏନ୍‌ଡିଏ ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ ଆନ୍ତରିକତା କେତେ ଜଣାପଡେ। କେବଳ ପଞ୍ଚାୟତିରାଜ ଦିବସ ନୁହେଁ, ଅନେକ ଜାତୀୟ ଦିବସକୁ କେନ୍ଦ୍ର ସରକାର ଦଳୀୟ ପ୍ରଚାର ଉଦ୍ଦେଶ୍ୟରେ ଉପଯୋଗ କରୁଛନ୍ତି। ବିଜେପିର ରାଜ୍ୟ ନେତାମାନେ ଦିବସ ପାଳନ ଔପଚାରିକତାକୁ ଗୁରୁତ୍ୱ ନଦେଇ ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କିପରି ବଢ଼ିବ ସେଥିପ୍ରତି ଉଦ୍ୟମ କରିବାକୁ ଶ୍ରୀ ନାୟକ ଏକ ପ୍ରେସ୍‌ବିବୃତିରେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top