କେନ୍ଦ୍ରାପଡ଼ା

ମହିଳା ସରପଞ୍ଚମାନଙ୍କ ସାମର୍ଥ୍ୟ ବୃଦ୍ଧି ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା ୨୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଆନୁକୁଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପଞ୍ଚାୟତରାଜ ବ୍ୟବସ୍ଥାର ନିର୍ବାଚିତ ମହିଳା ସରପଞ୍ଚମାନଙ୍କ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ପ୍ରଶାସନ) ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି କହିଥିଲେ ଯେ ସରପଞ୍ଚମାନେ ହେଉଛନ୍ତି ତୃଣମୂଳ ସ୍ତରର ଜନ ପ୍ରତିନିଧି । ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇ ପ୍ରତ୍ୟେକ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢିତୋଳିବା ହେଉଛି ଏହି ଏହି ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ । ସେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ସହିତ ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବାରୁ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଗସ୍ତ କରିବା ସମୟରେ ଅନେକ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ରହିଥିବା ଏବଂ ପଞ୍ଚାୟତ ଗୁଡିକରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ବିନିଯୋଗ ନହୋଇ ପଡିରହିଛି । ଏହା ଦ୍ୱାରା ଜିଲ୍ଲାକୁ ରାଜ୍ୟ ବା କେନ୍ଦ୍ର ସ୍ତରରୁ ଅଧିକ ସରକାରୀ ଅନୁଦାନ ମଞ୍ଜୁର ହୋଇପାରୁ ନାହିଁ । ତେଣୁ ଏହି ସରକାରୀ ଅର୍ଥର ସୁବିନିଯୋଗ ପାଇଁ ସରପଞ୍ଚମାନେ ଯନôବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ଏହି ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ନିର୍ଦେଶକ(ସ୍କିଲ ଡେଭଲପମେଂଟ)ଅବଦୁଲ ରହେମାନ ଖାନ,ଓରମାସର ଡି.ପି.ଏମ.ଏସ.ମନୋରଞ୍ଜନ ବାରିକ,ରାଜ୍ୟ ପଞ୍ଚାୟତିରାଜ ପ୍ରତିଷ୍ଠାନରୁ ତାଲିମପ୍ରାପ୍ତ ପ୍ରଶିକ୍ଷିକା ଲଳିତାଞ୍ଜଳୀ ଦାସ ଓ ସୁଶ୍ରୀ କାଂଚନ ବରାଳ ପ୍ରମୁଖ ମହିଳା ସରପଞ୍ଚମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଭରତପୁର ସରପଞ୍ଚ ଜୀନତପ୍ରୀୟଦର୍ଶନୀ ରାଉତ,କପାଳେଶ୍ୱର ସରପଞ୍ଚ ସାବିତ୍ରୀ ମହାନ୍ତି,ଲାଞ୍ଜୁରା ସରପଞ୍ଚ ସଙ୍ଘମିତ୍ରା ସ୍ୱାଇଁ ପ୍ରମୁଖ ଜିଲ୍ଲାର ୯ଟି ବ୍ଲକର ୪୯ଜଣ ମହିଳା ସରପଞ୍ଚ ଏହି ପ୍ରଶିକ୍ଷଣ ଶିବିରରେ ତାଲିମ ଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top