ପଞ୍ଚାୟତରାଜ ଦିବସ ପାଳିତ

ଖଡିଆଳ/ନୂଆପଡା-୦୬.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୁଆପଡା ଜିଲା ଖଡିଆଳ ପଞ୍ଚାୟତ ସମିତି ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପ୍ରବାଦ ପୂରୁଷ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପ ଦୀପ ପ୍ରଜ୍ଜଳନ କରାଯାଇଥିଲା । ଭୂଲିଆ ସିକୁଅାଁ ସେବାଶ୍ରମର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗିତ ଗାନ କରିଥିଲେ । ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣୀଗ୍ରହୀ ସଂଯୋଜନା କରିଥିବା ବେଲେ ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ହିତାଧିକାରୀ ରତ୍ନାଞ୍ଜଳୀ ପାଣିଗ୍ରାହୀ , ଆଲ୍ଲାସ ଉଲ୍ଲା ଖାନ , ମୁଚୁରାମ ଭୋଇ, ମିରା ବାଗ ସରକାର କରିଥିବା ବିଭିନ୍ନ ହିତାକାଙ୍ଖୀ ଯୋଜନା ଉପରେ ନିଜ ନିଜ ମତ ରଖିଥିଲେ । ମୁଖ୍ୟ ଅତିଥି ଭାବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନିଳ କୁମାର ପଟ୍ଟନାୟକ, ପୁର୍ବତନ ନେସନାଲ କଲେଜ ।ଧୟକ୍ଷ ନୁଆପଡା ମେଜର ଡଃ. ରାମଚନ୍ଦ୍ର ମିଶ୍ର ବିଜୁ ବାବୁଙ୍କ ସ୍ୱାଭିମାନ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଅଧ୍ୟକ୍ଷତା କରିଥବା ବେଲେ ବିଜୁ ବାବୁ ଙ୍କ ବ୍ୟକ୍ତିତ୍ୱ ଓ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନନ୍ନ ଜନହିତକର ୍େୟାଜନାର ରେ ସାଧାରଣ ଲୋକଙ୍କୁ ସାମିଲ କରୁଥିବାରୁ ନବୀନ ପଟ୍ଟନାୟକ ଙ୍କ ଭୁୟଶ୍ରୀ ପ୍ରଶଂସା କରିଥିଲେ । ପଞ୍ଚାୟତ ରାଜ କୁ ସଫଳ କରିବାକୁ ହେଲେ ପଞ୍ଚାୟତ ପ୍ରତିନିଧି ମାନେ ସହୃଦୟତାର କାମ କରିବାକୁ ମୁଖ୍ୟ ଅତିଥି ବିଡିଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ । ପରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଭୁଲିଆ ସିକୁଆଁ ସେବାଶ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷ କରାଯାଇଥିବା ବେଲେ ଡୋଲାମଣୀ ଦଣ୍ଡସେନା ଗ୍ରୁପ ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପାଳା ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *