ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ପଂଚାନନ ରାଉତ ରାଜ୍ୟ କାର୍ଯ୍ୟକାରିଣୀକୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏ ସଂପର୍କରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏକ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ସମ୍ବାଦ ମିଳିବା ପରେ ଭଦ୍ରକ ଜିଲା ପୂର୍ବତନ ବିଜେପି ସଭାପତି ଅକ୍ଷୟ ସାହୁ, ଜଳମଣ୍ଡୁଆ ସେବା ସମବାୟ ସମିତି ସଭାପତି ବିଜୟ ଖିଲାର, ଶଙ୍କର୍ଷଣ ଜେନା, ରଶ୍ମିରଂଜନ ମହାପାତ୍ର, ମଣ୍ଟୁ ସିଂ, ପତଞ୍ଜଳି କରଶର୍ମା, ବାମଦେବ ଦାସ, ସୁଧାକର ଧଳ, ଦେବେନ୍ଦ୍ର ସାମଲ, ରାମଚନ୍ଦ୍ର ରାଉତ, ପୂର୍ଣ୍ଣଚନ୍ଦ୍ର ଖିଲାର, କ୍ଷୀତିଶ ବେହେରା, ପ୍ରମୋଦ ନାୟକ, ଆଶିଷ ଜେନା, ଅମର ଜେନା ଓ ଲକ୍ଷ୍ମୀ କର ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Loading...