ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା

ଖୋର୍ଦ୍ଧା .ବୋଲଗଡ଼.ରାଜସୁନାଖଳା ତା ୨୩/୮ (ଓଡ଼ିଆ ପୁଅ /ଜେ ଜୟେନ୍ଦ୍ର ବେହେରା)ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ସହଯୋଗରେ ଓ ବୋଲଗଡ ବ୍ଳକ୍ ଶିକ୍ଷା ଗୋଷ୍ଠୀ ସାଧନ ଆନୁକୂଲ୍ୟରେ ବୁଧବାର ଦିନ ପଂଚମ ଶ୍ରେଣୀ ମେଧାବୃତି ପରୀକ୍ଷା ବୋଲଗଡ ସରକାରୀ ବାମନ ହାଇସ୍କୁଲ ଏବଂ ପିଚୁକୁଳି ନୋଡାଲ ଉ.ପ୍ରା ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପଂଚମ ଶ୍ରେଣୀ ମେଧାବୃତି ପରୀକ୍ଷା ଦେବାପାଇଁ ବୋଲଗଡ ଶିକ୍ଷା ବ୍ଳକରୁ ୧୮୮ଜଣ ଛାତ୍ରଛାତ୍ରୀ ଫର୍ମପୁରଣ କରିଥିଲେ ଏବଂ ଆଜି ୧୭୮ଜଣ ଛାତ୍ରଛାତ୍ରୀ ଏହି ମେଧାବୃତି ପରୀକ୍ଷା ଦେଇଥିଲେ । ପରୀକ୍ଷା ପର୍ଯ୍ୟବେକ୍ଷକଭାବେ ବୋଲଗଡ ଶିକ୍ଷା ଅଧିକାରୀ ବିଭୂତି ଭୁଷଣ ମହାପାତ୍ର, ପରୀକ୍ଷା ପରିଦର୍ଶକଭାବେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଲଚ୍ଚମନ ପରିଡା,ନାରାୟଣ ଛୁଆଳସିଂହ , ଇନ୍ଦୁମତି ପରିଡା ଏବଂ ପରୀକ୍ଷା ଅଧ୍ୟକ୍ଷଭାବେ ବାମନ ହାଇସ୍କୁଲର ପ୍ରଧାନଶିକ୍ଷକ ମାଗୁଣୀ ଚରଣ ପ୍ରଧାନ ,ପିଚୁକୁଳି ନୋଡାଲ ଉ.ପ୍ରା ସ୍କୁଲର ପ୍ରଧାନଶିକ୍ଷକ ସୁଶାନ୍ତ ବେହେରା ପ୍ରମୁଖ ପଂଚମ ଶ୍ରେଣୀ ମେଧାବୃତି ପରୀକ୍ଷାକୁ ପରିଚାଳନା କରିଥିଲେ । ବାମନ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୦୧ଜଣ ଛାତ୍ରଛାତ୍ରୀ ଓ ପିଚୁକୁଳି ନୋଡାଲ ଉ.ପ୍ରା ସ୍କୁଲ ପରୀକ୍ଷା କେନ୍ଦ୍ରରେ ୭୭ଜଣ ଛାତ୍ରଛାତ୍ରୀ ପଂଚମ ଶ୍ରେଣୀ ମେଧାବୃତି ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *