ପଞ୍ଜାବ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ

କୋରାପୁଟ ; ତା୦୨-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପଞ୍ଜାବ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ବରିଷ୍ଠ ପ୍ରଫେସର ମଂଜୁ ଜେଡେକା କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦୟାଳୟ ପରିଦର୍ଶନରେ ଆସିଛନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଚିଦାନନ୍ଦ ମହାନ୍ତି ପ୍ରଫେସର ମଂଜୁ ଜେଡେକାଙ୍କୁ ସ୍ୱାଗତ କରିବା ସହ ତାଙ୍କ ପରିଦର୍ଶନ ନମନ୍ତେ କୃତଜ୍ଞତା ଜଣାଇଛନ୍ତି। ସେ ଗତମାସ ୩୦ ତାରିଖରେ କୋରାପୁଟ ପହଂଚିଥିବାବେଳେ ଆସନ୍ତା ୧୧ ତାରିଖ ଯାଏ ଏଠାରେ ଅବସ୍ଥାନ କରିବା କାର୍ଯ୍ୟକ୍ରମ ରହିଛି। ପ୍ରଫେସର ଜେଡେକା ତାଙ୍କ ରହଣୀ ସମୟ ମଧ୍ୟରେ କେନ୍ଦ୍ରୀୟ ବିଶ୍ୱବିଦୟାଳୟର ଇଂରାଜୀ ବିଭାଗ ଛାତ୍ରଛାତ୍ରୀ ମାନଙ୍କୁ ବ୍ରୀଟିଶ୍ ଆଧୁନିକ କବିତା ଉପରେ ବକ୍ତବ୍ୟ ପ୍ରଦାନ କରିବେ ବୋଲି ଜଣା ପଡିଛି। ୨୦୦୮-୧୫ ପ୍ରଫେସର ଶ୍ରୀମତି ଜେଡେକା ଚଣ୍ଡିଗଡ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ରହିଥିବାବେଳେ ଏଯାଏଁ ତାଙ୍କ ରଚିତ ୧୬ଟି ପୁସ୍ତକ ଏବଂ ୬୩ରୁ ଉର୍ଦ୍ଧ୍ୱ ଗବେଷଣାତ୍ମକ ଲେଖା ପ୍ରକାଶିତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *