ପଚାଶ ମିଟର ରାସ୍ତା ନିର୍ମାଣରେ ୫ ଲକ୍ଷ୍ୟ ବ୍ୟୟ: ମାସେନ ପୁରୁଣୁ ନଷ୍ଟ ହେଲା ରାସ୍ତା

ମୁରିବାହଲ ୨୮-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ମୁରିବାହାଲ ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଯାହାକି ହଳଦୀ ଗ୍ରାମଠାରୁ ମୁରିବାହଲକୁ ସଂଯୋଗ କାରିଥାଏ, ଉକ୍ତ ରାସ୍ତା ନିମନ୍ତେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ତରଫରୁ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦିଆ ଯାଇଥିଲା। ହେଲେ ଉକ୍ତ ରାସ୍ତା ନିର୍ମାଣର ଏକ ମାସ ନ ପୁରୁଣୁ ଉକ୍ତ ରାସ୍ତା ସମ୍ପୁର୍ଣ୍ଣ ଉଜୁଡ଼ି ନଷ୍ଟ ବୋଇଯିବା ନେଇ ଅସନ୍ତୋଷ ଦେଖାଦେଇଛି। ମାତ୍ର ପଚାଶ ମିଟର ରାସ୍ତା ପାଇଁ ପାଞ୍ଚ ଲକ୍ଷ ଟଙ୍କା ଆସିଥିଲା ଓ ତାହା ଅତ୍ୟନ୍ତ ନିମ୍ନ ମାନର କାମ କରି କଂକ୍ରିଟ ରାସ୍ତା ଦର୍ଶେଇ ଉକ୍ତ ଟଙ୍କା ହଡପ କରିଦିଆ ଯାଇଥିବା ଗ୍ରାମବାସୀ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ଉକ୍ତ ରାସ୍ତା କାନ୍ତବାଞ୍ଜି ବିଧାୟକଙ୍କ ନୋମିନି ତଥା ନିଜ ଖାସ ଲୋକ ଠିକା ନେଇ ଥିଲେ। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦୃଢ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *