ପକ୍ଷୀ

– ଯୋଗାନନ୍ଦ ସାହୁ

ଏଇଠୁ ମୁଁ ଉଡିଯିବି ଯେମିତି କି
ତୁମ ବାହୁରେ ମୁଁ ପଡିବି,
ତୁମଠୁ ମୁଁ ଉଡି ଆସି ପୁଣି ମୋ’ର
ଶେଯରେ ମୁଁ ଶୋଇ ପଡିବି ।।୦।।

ଏମିତିକା ରାତି ଆସୁଥିବ ନିତି
ଆସି ଯାଉଥିବ ଲେଉଟି,
ନିଶୂନ ରାତିରେ ପ୍ରୀତି କରୁଥିବି
କା’ ଆଖିରେ କିଆଁ ପଡିବି ! ।।୧।।

ଶୁଣିଥିଲି କାଳେ ପ୍ରେମରେ ପଡିଲେ
ରଙ୍କୀର ବି ପେଜ ବହଳ,
(ତୁମ)ଭାବ-ସାଗରରେ ବୁଡାଇଛ ମୋତେ
ଅଭାବରେ କିଆଁ ପଡିବି ! ।।୨।।

ମୋ’ ଜାଣିବାରେ ପ୍ରେମରେ ପଡିଲେ
ଫୁଲ ଭଳି ଲାଗେ ପଥର ,
ତୁମେ ମତେ ଫୁଲ-ବାଟରେ ନେଉଛ
କଣ୍ଟାରେ କିଆଁ ମୁଁ ପଡିବି ! ।।୩।।
ପ୍ରେମର ପୁଣ୍ୟ ଧୂଳିରେ ଗଡି ମୁଁ
ହୋଇଛି ଯେ ସୁନା ନେଉଳ,
ଯୋଗାନନ୍ଦ କହେ ବାର କୁହା କଥା
ପଛରେ କିଆଁ ମୁଁ ପଡିବି ! ।।୪।।

 

ଆକାଶବାଣୀ ଗୀତିକାର
ଜନିକା,
ଡ୍ୟୁପ୍ଲେକ୍ସ ନଂ.୭୩,
କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ
ଜାଗମରା
ଭୁବନେଶ୍ୱର-୭୫୧୦୩୦
ଓଡ଼ିଶା

Leave a Reply

Your email address will not be published. Required fields are marked *