ପକ୍ଷାଘାତ ଶ୍ରୀଧର ପ୍ରତି ସରକାରଙ୍କ ଦୃଷ୍ଟି ପଡିଲା

ଖଇରା, ୧୨/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ ପଛରେ ଘର ପକ୍ଷାଘାତରେ ଶ୍ରୀଧର। ଭତ୍ତା ପାଇଁ ଆବେଦନ କରି କରି ଶ୍ରୀଧରଙ୍କୁ ମିଳୁ ନ ଥିଲା ସରକାରୀ ସହାୟତା। ମାସେ ନୁହେଁ କି ବର୍ଷେ ନୁହେଁ ବିତିଯାଇଥିଲା ଦୀର୍ଘ ୪ବର୍ଷ। ଆଜି ପର୍ଯ୍ୟନ୍ତ ଭତ୍ତାଟିଏ ଶ୍ରୀଧରଙ୍କ ପାଇଁ ସାତ ସପନ ହୋଇଥିଲା। ଶ୍ରୀଧରଙ୍କ ପରିଚୟ ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମରେ ଘର। ସ୍ୱାମୀ, ସ୍ତ୍ରୀ, ପୁଅ, ବୋହୂ ଓ ନାତି ନାତୁଣୀଙ୍କୁ ନେଇ ତାଙ୍କର ସଂସାର। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଥିଲେ। ତାଙ୍କ ଆୟରେ ପରିବାର ଚଳୁଥିଲା। ହଠାତ୍ ଦିନେ କୌଣସି କାରଣରୁ ତଳେ ପଡିଯାଇଥିଲେ। ଡାକ୍ତରଙ୍କ ପରୀକ୍ଷାରୁ ଜଣା ପଡିଥିଲା ଯେ ତାଙ୍କୁ ପକ୍ଷାଘତ ହୋଇଯାଇଛି ବୋଲି। ସେଥିରେ ତାଙ୍କର ଡାହାଣ ହାତ ଓ ଗୋଡ ସମ୍ପୁର୍ଣ୍ଣ ଅଚଳ ହୋଇଯାଇଥିଲା। ଗରିବର ତାଡନା ଏଣେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଶ୍ରାଧରଙ୍କର ପରିବାର ବିପିଏଲ ଚାଉଳକୁ ଭରସା କରି ଦିନ କାଟୁଥିଲେ। ଏକ ମାତ୍ର ପୁତ୍ର ମନୋରଞ୍ଜନ ରୋଜଗାରକ୍ଷମ ଥିଲା ବେଳେ କୌଣସି ସରକାରୀ ସହାୟତାରୁ ଦୂରରେ ଥିଲେ। ଯାହାକି ବେଡି ଉପରେ କୋରଡା ସଦୃଶ ପାଲଟି ଥିଲା। ପରିବାର ଚଳାଇବା ପାଇଁ ଶ୍ରୀଧରଙ୍କ ସ୍ତ୍ରୀ ମାଳତି ଭତ୍ତାଟିଏ ପାଇବା ପାଇଁ ବହୁଥର ଆବେଦନ କରି କରି ନିରାଶ ହୋଇଯାଇ ଥିଲାବେଳେ ପ୍ରସାଶନ ତାଙ୍କ ପ୍ରତି ନିରବି ଯାଇଥିଲା। ଶ୍ରୀଧରଙ୍କ ପରିବାର ଠାରୁ ଦୂରେଇ ଯାଇଥିଲା ପ୍ରଶାସନ। ଆଜି ରାଜ୍ୟ ଓ ଦେଶରେ ଏହି ପରି ଭତ୍ତା ପାଉନଥିବାର ବହୁ ଚର୍ଚ୍ଚା ହେଉଥିବା ବେଳେ ଆଳଦା ଗାଁ(ଯେଉଁ ଗାଁରେକି ବ୍ଲକ ଅଫିସ ପ୍ରତିଷ୍ଠିତ)ର ଶ୍ରୀଧର ଦାସଙ୍କ ପରିବାର ସେଥିରୁ ଦିର୍ଘ ୪ ବର୍ଷଧରି ଦୂରେଇ ରହିଥିଲେ। ବାରମ୍ବାର ହାରିଗୁହାରି ଶ୍ରୀଧର ପାଇଁ ହୋଇଯାଇଥିଲା ନିସ୍ଫଳ। ପ୍ରଶାସନ ତା ପ୍ରତି ସହଯୋଗର ହାତ କେବେ ବଢାଉଚି ଓ କେବେ ମିଳିବ ଭତ୍ତା ତାହା କେବଳ ଦେଖିବାକୁ ବାକି ରହିଥିଲା। ଏ ବିଷୟରେ ବିଡିଓ ଶିବାନନ୍ଦ ସ୍ୱାଇଁଙ୍କୁ ପଚାରିବାରୁ ଅଭିଯୋଗ ମିଳିଛି ତଦନ୍ତ ପରେ ଶ୍ରୀଧରଙ୍କୁ ସହାୟତା ମିଳିବ ବୋଲି କହିଥିଲେ। ଏ ବାବଦରେ ସେତେବେଳେ କେତେକ ଦୈନିକ ଖବର କାଗଜ ଏବଂ ଗଣମାଧ୍ୟମରେ ମଧ୍ୟ ପ୍ରଚାର ଓ ପ୍ରସାର ହୋଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ବାର ବିଡିଓଙ୍କ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦ୍ୱାରା ପକ୍ଷାଘାତ ଶ୍ରୀଧର ପ୍ରତି ସରକାରଙ୍କ ଦୃଷ୍ଟି ପଡିଛି। ଆଜି ତାଙ୍କୁ ଖଇରା ସରପଚଂ ସୁଦର୍ଶନ ସେଠୀ ୨ ମାସର ଭତ୍ତା ପ୍ରଦାନ କରିଛନ୍ତି। ବିଡିଓ ଶିବାନନ୍ଦ ସ୍ୱାଇଁଙ୍କର ଖଇରା ବ୍ଲକରୁ ଅନ୍ୟତ୍ର ବଦଳି ପରେ ଭାରପ୍ରାପ୍ତ ବିଡିଓ ରମେଶ ଚନ୍ଦ୍ର ଯେନାଙ୍କ ଉଦ୍ୟମ ପକ୍ଷାଘାତ ଶ୍ରୀଧର ଦାସଙ୍କ ମୁହଁରେ ହସ ଆଣି ଦେଇଛି। ଏହା କେବଳ ଗଣମାଧ୍ୟମ ଓ ଭାରପ୍ରପ୍ତ ବିଡିଓ ରମେଶ ଚନ୍ଦ୍ର ଯେନାଙ୍କ ପାଇଁ ସମ୍ଭବ ହୋଇ ପାରିଛି ବୋଲି ପକ୍ଷାଘାତ ଶ୍ରୀଧର ଦାସ ଖୁସି ମନରେ ପ୍ରକାଶ କରିଛନ୍ତି। ଏଥି ସହିତ ଆଜି ଖଇରା ପଞ୍ଚାୟତର ବଣପାରିଆ ଗ୍ରାମର ମଧୁସ୍ମିତା ପଣ୍ଡାଙ୍କୁ ବିଧବା, ଶ୍ରୀଧର ଦାସ, ରବି ହେମ୍ବ୍ରମ ଓ ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ୨ ମାସର ଭତ୍ତା ସରପଞ୍ଚ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *