ଜିଲ୍ଲା ପରିକ୍ରମା

ପକ୍ଷାଘାତରେ ଶ୍ରୀଧର, ବେସାହାରା ପରିବାରକୁ ମିଳୁନାହିଁ ଭତ୍ତା

ପ୍ରଶାସନର ଗରିବକୁ ପ୍ରହାର, ଧନୀ ପରିବାରକୁ ଦେଉଛି ଆହାର

ଖଇରା/ବାଲେଶ୍ୱର, ୨୭/୧/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଛରେ ଘର ପକ୍ଷାଘାତରେ ଶ୍ରୀଧର। ଭତ୍ତା ପାଇଁ ଆବେଦନ କରି କରି ଶ୍ରୀଧରଙ୍କୁ ଏ ପର୍ଯ୍ୟନ୍ତ ମିଳିଲା ନାହିଁ ସରକାରୀ ସହାୟତା। ମାସେ ନୁହେଁ କି ବର୍ଷେ ନୁହେଁ ଏହା ଭିତରେ ବିତିଗଲାଣି ଦୀର୍ଘ ୪ବର୍ଷ। ଆଜି ପର୍ଯ୍ୟନ୍ତ ଭତ୍ତାଟିଏ ଶ୍ରୀଧରଙ୍କ ପାଇଁ ହୋଇଛି ସାତ ସପନ। ଶ୍ରୀଧରଙ୍କ ପରିଚୟ ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମରେ ଘର ତାଙ୍କର। ସେ ଘରେ ସ୍ୱାମୀ, ସ୍ତ୍ରୀ, ପୁଅ, ବହୁ ଓ ନାତୀ ନାତୁଣି ଙ୍କୁ ନେଇ ତାଙ୍କର ସଂସାର। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଥିଲେ। ତାଙ୍କ ଆୟରେ ପରିବାର ଚଳୁଥିଲା। ହଠାତ୍ ଦିନେ ତଳେ ପଡିଯାଇଥିଲେ ଶ୍ରୀଧର।। ଡାକ୍ତରଙ୍କ ପରୀକ୍ଷାରୁ ଜଣା ପଡିଲା ଯେ ତାଙ୍କୁ ପକ୍ଷାଘତ ରୋଗ ହୋଇଛି। ଡାହାଣ ହାତ ଓ ଗୋଡ ହୋଇଗଲା ସମ୍ପୁର୍ଣ୍ଣ ଅଚଳ। ଗରିବର ତାଡନା ଏଣେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଶ୍ରାୀଧରଙ୍କ ପରିବାର ବିପିଏଲ ଚାଉଳକୁ ଭରସା କରି ଦିନ କାଟୁଛନ୍ତି। ଏକ ମାତ୍ର ପୁତ୍ର ମନରଞ୍ଜନ ରୋଜଗାରକ୍ଷମ ଥିଲା ବେଳେ ତା’ର ମାନସିକ ବିକୃତି ଘଟି ଅଚଳ ହୋଇପଡିଛି। ଯାହାକି ବେଡି ଉପରେ କୋରଡା ସଦୃଶ ସାଜିଛି। ପରିବାର ଚଳାଇବା ପାଇଁ ଶ୍ରୀଧରଙ୍କ ସ୍ତ୍ରୀ ମାଳତି ଭତ୍ତାଟିଏ ପାଇବା ପାଇଁ ବହୁବାର ପ୍ରଶାସନ ପାଖରେ ଆବେଦନ କରି କରି ନିରାଶ ହୋଇଯାଇଥବା ସ୍ଥଳେ ପ୍ରସାଶନ ତାଙ୍କ ପାଇଁ କଠୋର ହୋଇଯାଇଛି। ଶ୍ରୀଧରଙ୍କ ପରିବାର ଠାରୁ ଦୁରେଯାଇଛି ପ୍ରଶାସନ। ଆଜି ରାଜ୍ୟ ଓ ଦେଶରେ ଏହିପରି ଭତ୍ତା ପାଉ ନ ଥିବାର ଚର୍ଚ୍ଚା ହେଉଥିବାବେଳେ ଆଳଦା ଗାଁର ଶ୍ରୀଧର ପରିବାର ସେଥିରୁ ରହିଛି ଦୁରେଇ। ବାରମ୍ବାର ହାରିଗୁହାରି ତାପାଇଁ ହୋଇଛି ମୂଲ୍ୟହୀନ। ପ୍ରଶାସନ ତା ପ୍ରତି ସହଯୋଗର ହାତ କେବେ ବଢାଉଛି ଓ କେବେ ମିଳିବ ଭତ୍ତା। ତାହା କେବଳ ଦେଖିବାକୁ ବାକି ରହିଲା। ଏ ବିଷୟରେ ବିଡିଓ ଶିବାନନ୍ଦ ସ୍ୱାଇଁଙ୍କୁ ପଚାରିବାରୁ ଅଭିଯୋଗ ମିଳିଛି ତଦନ୍ତ ପରେ ଶ୍ରୀଧରଙ୍କୁ ସହାୟତା ମିଳିବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ବଡ ଦଃୁଖର ଆଜି ପର୍ଯ୍ୟନ୍ତ ତଦନ୍ତ ହୋଇପାରିଲା ନାହିଁ ପୂର୍ବତନ ବିଡିଓର ତଦନ୍ତ ପାଣିରଗାର ହୋଇ ଫାଇଲି ତଳେ ଚାପି ହୋଇ ରହିଗଲା। ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତରେ କମ ବୟସର ବ୍ୟକ୍ତି ଓ ଧନୀ ଶ୍ରେଣୀର ପରିବାର ଅଧିକ ବୟସ ଦର୍ଶାଇ ପ୍ରଶାସନ ଠାରୁ ଦୀର୍ଘଦିନ ଧରି ଭତ୍ତା ଲୋଟୁ ଥିବାର ମଧ୍ୟ ଦୃଷ୍ଟାନ୍ତ ମୂଳକ ପ୍ରମାଣ ଅଛି। ତୁରନ୍ତ ଶ୍ରୀଧରକୁ ଭତ୍ତା ଦେବା ସଙ୍ଗେସଙ୍ଗେ ଧନୀ ଶ୍ରେଣୀର ପରିବାର ପାଉଥିବା ଭତ୍ତାକୁ ତଦନ୍ତ କରି କାଟିବା ସହିତ ନେଇଥିବା ଅର୍ଥକୁ ଆଦାୟ କରି ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାପାଇଁ ପକ୍ଷାଘାତଙ୍କ ପରିବାର ତଥା ଅଂଚଳବାସୀଙ୍କ ତରଫରୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top