ପଂଚୁଟିକ୍ରି ଠାରେ ବସନ୍ତ ବିଶ୍ୱାଳଙ୍କ ବିୟୋଗରେ ଶୋକ ସଭା

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପଂଚୁଟିକ୍ରି ପଂଚାୟତରେ ସମାଜସେବୀ ତଥା ଖମାରସାହି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ବସନ୍ତ ବିଶ୍ୱାଳଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପ୍ରକୋଷ୍ଠରେ ଏହି ଶୋକସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭୟ ଦାସ ପୌରୋହିତ୍ୟ କରିଥିଲେ। ଏହି ସଭାରେ ପଂଚୁଟିକ୍ରି ଠାରେ ସମାଜସେବୀ ବସନ୍ତ ବିଶ୍ୱାଳ ସମାଜ ଗଠନ ଏବଂ ବିଦ୍ୟାଳୟ ଗଠନରେ ତାଙ୍କର ଭୂମିକା ଉପରେ ଆଲୋଚନା ହୋଇଥିବା ବେଳେ ଦିବଂଗତ ବସନ୍ତ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଆଜିର ଏହି ଶୋକ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସୁରେନ୍ଦ୍ର ମହାରଣା, ଯୁଦ୍ଧିଷ୍ଟିର ପାଣିଗ୍ରାହୀ, ଖଗେଶ୍ୱର ଜେନା, ବିଶ୍ୱନାଥ ଶତପଥୀ, କନକଲତା ବଳ, ପଂଚୁଟିକ୍ରି ପଂଚାୟତର ସୁଧାଂଶୁ ବାରିକ, ଖଗେଶ୍ୱର ବେହେରା, ଯୋଗେନ୍ଦ୍ର ବାରିକ, ଦିବାକର ସାହୁ, ହରିଶଚନ୍ଦ୍ର ଦାସ, ଆନନ୍ଦଚନ୍ଦ୍ର ପଣ୍ଡା, ଗିରିଧାରୀ ବାରିକ, ଗିରିଧାରୀ ବଳ ଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ପଂଚୁଟିକ୍ରି ଗ୍ରାମବାସୀ ପ୍ରମୁଖ ଯୋଗ ଦେବା ସହ ବସନ୍ତ ବିଶ୍ୱାଳଙ୍କ ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *