ପଂଚାୟତ ସ୍ତରୀୟ ବିଶ୍ୱ ଶୈାଚାଳୟ ଦିବସ ପାଳିତ

କେନ୍ଦ୍ରାପଡା ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) –ବିଶ୍ୱ ଶୈାଚାଳୟ ସପ୍ତାହ ପାଳନ ଅବସରରେ ରବିବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ପଂଚାୟତର ସରପଂଚ ଜୀନତ ପ୍ରିୟଦର୍ଶୀନୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ସଭାରେ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ପରିଚାଳନା ସଂସ୍ଥାର ମାର୍ଶାଘାଇ କ୍ଲଷ୍ଟର ସଂଯୋଜକ ଚୈାଧୁରୀ ଆଲୋକ କୁମାର ନାୟକ,କେନ୍ଦ୍ରାପଡା କ୍ଲଷ୍ଟର ସଂଯୋଜକ ଦିଗବିଜୟ ଦାସ,ସି.ଏଲ.ଟି.ଏସ. ମୋଟିଭେଟର ଫକିର ଚରଣ ବାରିକ,ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ଯୋଗଦେଇ ଉପସ୍ଥିତ ପଂଚାୟତର ଜନସାଧାରଣ,ଅଙ୍ଗନୱାଡି କର୍ମୀ,ଆଶା କର୍ମୀ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତା,ପଂଚାୟତର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଓ କର୍ମଚାରୀମାନଙ୍କୁ ଶୈାଚାଳୟ ବ୍ୟବହାର ଦ୍ୱାରା ପରିବେଶକୁ କିଭଳି ପ୍ରଦୁଷଣ ମୁକ୍ତ କରାଯାଇଥାଏ ସେ ସମ୍ପର୍କରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଶାରଦା ପ୍ରଶନ୍ନ ରାଉତ,ଶୁସାନ୍ତ କୁମାର ଦାସ,ଦିଲ୍ଲୀପ କୁମାର ବିଶ୍ୱାଳ,ଶ୍ୟାମସୁନ୍ଦର ମଲ୍ଲିକ,ଶରତ ଚନ୍ଦ୍ର ବାରିକ,ପଦ୍ମ ଲୋଚନ ସାହୁ,ପ୍ରଶାନ୍ତ କୁମାର ମନ୍ତ୍ରି,ଗୋପାଳ ଚରଣ ଦାସ,ପ୍ରଶନ୍ନ କୁମାର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *