ପଂଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବିଣାଝରୀ ଚମ୍ପିଆନ

ଘଟଗାଁ,୧୨.୧୧(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ତିତ ମୁକୁନ୍ଦପୁରପାଟଣା ଗ୍ରାମପଂଚାୟତ ଆନୁକୁଲ୍ୟରେ ଓ ମା ଧନୀପାଟ କ୍ରୀଡା ସଂଘ ରାଜପାଟ ସହାୟତାରେ ପଂଚାୟତ ସ୍ତରୀୟ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବୀଣାଝରୀ ଏକାଦଶ କୋଳିପଶୀ ଏକାଦଶକୁ ୨-୧ ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଛି । ଉଦଯାପନ ସମାରୋହରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ମୁଖ୍ୟ ଅତିଥି ,ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ,ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ,ପଂଚାୟତ ପରାମର୍ଶଦାତା ସଂଞୟ କୁମାର ମିଶ୍ର,ଘଟଗାଁ ଥାନା ଇନସପେକ୍ଟର ବଳରାମ ସେଠୀ,ନାଏବ ସରପଂଚ କୁସୁନ ମୁଣ୍ଡା ପ୍ରମୁଖ ସମ୍ନାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଚମ୍ପିଆନ ବିଣାଝରୀ ଏକାଦଶକୁ ୩ହଜାର ଟଙ୍କା ଚେକ ସହ କପ, ରନସ୍ଅଫ କୋଳିପଶୀକୁ ୨ହଜାର ଟଙ୍କା ଚେକ ସହ କପ୍,୩ୟ ସ୍ଥାନରେ ଥିବା ବଣଚକୁଳିଆ ଓ ମୁକୁନ୍ଦପୁରପାଟଣା ଏକାଦଶକୁ ୧ହଜାର ଟଙ୍କା ଲେଖାଏଁ ଚେକ ସହ କପ ପ୍ରଦାନ କରାଯାଇଥିଲା । ସେଇଭଳି ଶୃଙ୍ଘଳିତ ଖେଳ ପରିଚାଳନା କରୁଥିବା ରେଫରି ଗୋବଦ୍ଧନ ବେହେରା ଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଟୁଣ୍ଣାମେଣ୍ଟରେ ପଂଚାୟତ ଅନ୍ତର୍ଗତ ଧୁଳିଗଡ,ମୁକୁନ୍ଦପୁର ପାଟଣା,ଘଟଗାଁ,କେନ୍ଦୁଆପଡା,ବୀଣାଝରୀ,ରାଜପାଟ,କୋଳିପଶୀ ଓ ବଣଚକୁଳିଆ ଆଦି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ । ଏହି ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଦର୍ଶକଙ୍କ ଭିଡ ଜମିବା ସହ ଏହି ଟୁର୍ଣ୍ଣାମେଣ୍ଟକୁ ମନଭରି ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *