ପଂଚାୟତ ସମିତି ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଶିଶୁ ଦିବସ ପାଳନ

ଯାଜପୁର-୧୪/୧୧(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ପକ୍ଷରୁ ଶିଶୁ ଉଦ୍ୟାନ ପରିସରରେ ଶିଶୁ ଦିବସ ମହା ସମାରୋହରେ ପାଳନ ହୋଇଯାଇଛି । ଏହାକୁ ବିଧାୟକ ପ୍ରଣବ ବଳବନ୍ତରାୟ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ପ୍ରଭାସ କୁମାର ବେହୁରା ଯୋଗଦେଇଥିଲେ । ଏଥିରେ କୁମାରୀ ଓ ଜାରକା ପଂଚାୟତର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷଜ ଶିକ୍ଷୟତ୍ରୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ମନର କଥା ଭିଡିଓ କନନ୍ତ୍ରେନସ୍ ଜରିଆରେ ଶୁଣିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ଶପଥପାଠ କରିଥିଲେ । ସେହିପରି ଧର୍ମଶାଳା ବ୍ଲକର ୪୫ଟି ପଂଚାୟତ ସଦର ମହକୁମାରେ ଓ ବିଭିନ୍ନ ସ୍କୁଲ ମାନଙ୍କରେ ଶିଶୁ ଦିବସ ମହାସମାରୋହରେ ପାଳନ କରାଯାଇଛି ।

Leave a Reply

Your email address will not be published. Required fields are marked *