ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା ୩/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତର ସରପଂଚ ଏବଂ ୱାର୍ଡସଭ୍ୟ/ସଭ୍ୟାମାନେ ପଂଚାୟତର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ଦଶିପୁର ଗ୍ରାମ ପଂଚାୟତର ଧନେଶ୍ୱର ନାୟକଙ୍କ ପନôୀ ସରସ୍ୱତୀ ନାୟକ ୨୦୧୬-୧୭ ଆର୍ଥôକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନକରିବାରୁ ତାଙ୍କୁ ବ୍ଲକ ପକ୍ଷରୁ ଏଥି ପାଇଁ ଦୁଇଥର ନୋଟିସ କରାଯାଇଥିଲା । ସେହିଭଳି ବିଷ୍ଣୁ ମଲ୍ଲିକଙ୍କ ପୁଅ ପ୍ରଦୀପ ମଲ୍ଲିକଙ୍କୁ ବିଜୁ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ସେ ଗୃହ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ କରି ନାହାଁନ୍ତି । ବିଜୁ ପକ୍କାଘର ଯୋଜନାରେ ନୀଳମଣୀ ଦାସଙ୍କ ପନôୀ ପ୍ରମିଳା ଦାସଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ସେ ମଧ୍ୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନଥିବା ବେଳେ ଏସମସ୍ତଙ୍କୁ ସରକାରୀ ନୀତି ନିୟମର ଉଲଙ୍ଘନ କରାଯାଇ କିସ୍ତି ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଲକ୍ଷ୍ମୀଧର କରଙ୍କ ପୁଅ କ୍ଷୀରୋଦ କରଙ୍କ ଦୁଇ ବଖରା କୋଠାଘର ଥିବାର ସରକାରୀ ତଦନ୍ତ ରିପୋର୍ଟ ଥିବା ସତ୍ୱେ ତାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ଦ୍ୱାରା ନୀତି ନିୟମର ଖୋଲା ଖୋଲି ଉଲଙ୍ଘନ କରାଯାଇଛି ବୋଲି ଦଶିପୁର ପଂଚାୟତର ସରପଂଚ ବାସନ୍ତୀ ବେହେରା,ୱାର୍ଡସଭ୍ୟା ମନୋରମା ଦାସ,ମମତା ମଲ୍ଲିକ,ମଞ୍ଜୁବାଳା ମଲ୍ଲିକ,ମେନକା ମଲ୍ଲିକ,ଉର୍ମିଲା ସେଠୀ,ସ୍ୱର୍ଣ୍ଣଲତା ସାହୁ,ଉମେଶ ବେହେରା ପ୍ରମୁଖ ଜିଲ୍ଲାପାଳ ରଘୁଜୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସେହିଭଳି ୱାର୍ଡସଭ୍ୟ ରମେଶ ଚନ୍ଦ୍ର ସାହୁ ଅନେକ ପଂଚାୟତ ବୈଠକରେ ଅନୁପସ୍ଥିତ ଥାଇ ମଧ୍ୟ ତାଙ୍କୁ ପଂଚାୟତ ନିର୍ବାହୀ ଅଧିକାରୀ ବୈଠକ ଭତ୍ତା ବେନିୟମ ଭାବେ ପ୍ରଦାନ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *