ନୟାଡେରା ହାରିବେଳାରେ ‘ହୋ’ ସମାଜ ଦ୍ୱାରା ମାଗେ ପର୍ବ ପାଳିତ

ରାଉରକେଲା ୭-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ନୟାଡେରା ହାରିବେଳା ସାହିରେ ‘ହୋ’ ସମାଜ ତରଫରୁ ଗ୍ରାମବାସୀଙ୍କ ଦ୍ୱାରା ମାଗେପର୍ବକୁ ଅତି ଉତ୍ସାହର ସହିତ ପାଳନ ହୋଇଯାଇଛି। ଏହି ପର୍ବରେ ଗ୍ରାମର ମୁଖିଆ ସାଧୁ ବୋଦ୍ରାଙ୍କ ଉପସ୍ଥିତରେ ଦିଉରୀରାଜା ସେଡ୍ଗା ସାଓଁୟା ଜାୟରା ସ୍ଥଳର ଶାଳବୃକ୍ଷ ମୂଳରେ ପୂଜାର୍ଚ୍ଚନା କରିଥିଲେ। ପିତୃପୁରୁଷ, ପ୍ରକୃତି ଦେବାଦେବୀ, ସାତୋଟି ପର୍ବତ ଓ ସାତୋଟି ନଦୀକୁ ସ୍ମରଣକରି ସୋମରସ ଅର୍ପଣ କରିଥିଲେ। ଏହି ପୂଜାର୍ଚ୍ଚନା ଦ୍ୱାରା ସମସ୍ତ ମାନବ ଜାତି, ପଶୁପକ୍ଷି, ବୃକ୍ଷଲତାର ସୁରକ୍ଷା, ସମୃଦ୍ଧି, ଅପ୍ରାକୃତି ଦୁର୍ଘଟଣା ଓ ରୋଗ ବ୍ୟଧିରୁ ରକ୍ଷା କରିବା ପାଇଁ ଦିଉରୀରାଜା ଗ୍ରାମ ଦେବାଦେବୀଙ୍କ ଠାରେ ପୂଜା କରିଥିଲେ। ପ୍ରାରମ୍ଭରୁ ଦିଉରୀରାଜାଙ୍କୁ ତାଙ୍କ ବାସଗୃହରୁ ପୂଜା ସ୍ଥଳ ନିକଟକୁ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ପାଛୋଟି ଅଣାଯାଇ ଥିଲା ପୂଜା ଶେଷରେ ଗ୍ରାମବାସୀଙ୍କ ଦ୍ୱାରା ଆଦିକାଳର ପବିତ୍ର ବାଣି ଉଚ୍ଚାରଣ କରି ଗ୍ରାମର ସାତ ଚକ୍ର ବୁଲିଥିଲେ। ଏହି ଅବସରରେ ଦିଲ୍ଲିପ ପୁର୍ତି, ଡାକୁଆ ସିଦିଉ ସୁଣ୍ଡି, ରାଜା କୁଲଡି, ବୁର୍ଜୁ ବାରି, ଗଗନ କୁମାର ବାଁଦା, ନବୀନ ମୁମାର ବାର୍ଦା, ବିରସା ସୁଣ୍ଡି, ମାନ୍ଟୁ ପୁର୍ତି, କଲାୟ ହୋନହାଗା, ମୁନା ଯୋଯୋ, ବାବୁଲୁ ସମାଡ୍, ମାନାୟ ତପ୍ନଃ ପ୍ରମୁଖ ପୂଜାର୍ଚ୍ଚନା କାର୍ଯ୍ୟରେ ସହଯୋଗ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ମୁଲକିୟା କମିଟିର ଉପଦେଷ୍ଟା ଗଦାଧର ତିୟୁ, କଲ୍ୟାଣ ଚାକି, କିର୍ତନ ତିରିଆ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *