Home ଓଡ଼ିଶା ନୟାଗଡ଼: ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ବିଜ୍ଞାନରେ ନୟାଗଡ଼...

ନୟାଗଡ଼: ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ବିଜ୍ଞାନରେ ନୟାଗଡ଼ କଲେଜ ପ୍ରଥମ ଓ କଳାରେ ପଦ୍ମାବତୀ କଲେଜ

176

ନୟାଗଡ଼, ୨୯/୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର ଭୋକେସନାଲ କଲେଜ ସହ ୪୩ଟି କଲେଜରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳାରେ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲାବେଳେ ନୟାଗଡ଼ ଜୁନିଅର କଲେଜ ବିଜ୍ଞାନରେ ପ୍ରଥମ କଟଅଫ୍ ମାର୍କ ୮୦% ଥିବାବେଳେ ରାଜସୁନାଖଳା ଜୁନିଅର କଲେଜ ୬୫.୩୩ % ରହି ଦ୍ୱିତୀୟରେ ରହିଛି। ସେହିପରି କଳାରେ ପ୍ରହଲ୍ଲାଦ ଜୁନିଅର କଲେଜ ପଦ୍ମାବତୀ କଳାରେ ପ୍ରଥମ କଟଅଫ୍ ମାର୍କ ୫୬.୧୭% ଯାଇଥିବାବେଳେ ପଠାଣି ସାମନ୍ତ ଜୁନିଅର କଲେଜର କଳାରେ ୫୨.୫୦% ରହିଛି। ବାଣିଜ୍ୟରେ ଜିଲ୍ଲାରେ କେବଳ ୪ଟି କଲେଜରେ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଫର୍ମ ପକାଇଛନ୍ତି। ନୟାଗଡ଼ ରେସିଡେନ୍ସିଆଲ କଲେଜ ବାଣିଜ୍ୟରେ ୪୦.୮୩% ରଖି ଆଗରେ ଥିବାବେଳେ ରଣପୁର ଜୁନିଅର କଲେଜ ବାଣିଜ୍ୟରେ ୩୫.୫୦% ରଖି ଦ୍ୱିତୀୟ, ନୟାଗଡ଼ ଜୁନିଅର କଲେଜ ୩୫.୩୩% ରଖି ଦ୍ୱତୀୟରେ ଏବଂ ପଦ୍ମାବତୀ ପ୍ରହଲ୍ଲାଦ ଜୁନିଅର କଲେଜ ୩୩% ରଖି ଚତୁର୍ଥରେ ରହିଛି। ସେହିପରି ଅନ୍ୟସବୁ କଲେଜର କଟ୍ ଅଫ୍ ମାର୍କ ଦେଖିବାକୁ ଗଲେ କୋମଣ୍ଡ ଜୁନିଅର କଲେଜ କଳାରେ ପ୍ରଥମ କଟ୍ ଅଫ୍ ମାର୍କ ୩୩% ଥିବାବେଳେ ବିଜ୍ଞାନରେ ୩୮.୩୩% ରହିଛି। ମୟୁରଝାଲିଆ ଅର୍ଜ୍ଜୁନ ରାଉତ ମେମୋରିଆଆଲ କଲେଜ କଳାରେ ୩୮.୩୩ ଥିବାବେଳେ ଆଡ଼କଟା ବନମାଳୀ ବାରିକ ଜୁନିଅର କଲେଜ କଳାରେ ୪୪.୧୭ ଓ ବିଜ୍ଞାନରେ ୩୯.୧୭ ରହିଛି। ଭାପୁର ଆଂଚଳିକ କଲେଜ କଳାରେ ୪୫.୩୩%ଥିବାବେଳେ ଚାନ୍ଦପୁ ବ୍ଲୁହୁଇଲ୍ ଜୁନିଅର କଲେଜ ବିଜ୍ଞାନରେ ୩୬.୮୩%, ଦଶପଲ୍ଳା ବୃନ୍ଦାବନ ସୁବୁଦ୍ଧି ଜୁନିଅର କ୍ ଲେଜ କଳାରେ ୩୩% ଓ ବିଜ୍ଞାନରେ ୩୮.୧୭% ରହିଛି। ସେହିପରି ବାହାଡ଼ାଝୋଲା ଦଧୀବାମନ ଜୁନିଅର କଲେଜରେ କଳାରେ ୪୨.୮୩%, ନୟାଗଡ଼ ଡିଭାଇନ୍ କଲେଜରେ ବିଜ୍ଞାନରେ ୪୩.୩୩%, ଗଶିଆ ଡ.ରାମଚନ୍ଦ୍ର ସାମନ୍ତରାୟ କଲେଜ ବିଜ୍ଞାନରେ ୩୩.୧୭, ଗଡ଼ବାଣିକିଲୋ କଲେଜରେ ବିଜ୍ଞାନରେ ୬୧.୧୭% ଓ କଳାରେ ୪୦.୮୩%, ମାଳିସାହି ଗତୀଶ୍ୱର କଲେଜରେ ବିଜ୍ଞାନରେ ୬୧.୫% ଓ କଳାରେ ୪୪.୫%, ବଉଳସାହି କଲେଜରେ ବିଜ୍ଞାନରେ ୫୧.୮୩% କଳାରେ ୪୩.୬୭%, ଇନ୍ସପାୟାର ରେସିଡେନ୍ସିଆଲ କଲେଜରେ ବିଜ୍ଞାନରେ ୫୫%, ଇଟାମାଟି କଲେରେ ବିଜ୍ଞାନରେ ୫୩.୫୦% ଓ କଳାରେ ୪୮.୮୩%, ଦଶପଲା କୃଷ୍ଟପ୍ରିୟାଦେବୀ କଲେଜରେ ବିଜ୍ଞାନରେ ୫୧% ଓ କଳାରେ ୩୩%, ରଣପୁର ମଣିନାଗ କଲେଜରେ ବିଜ୍ଞାନରେ ୩୩%, ମଣିନାଗ ବହୁମୂଖୀ କଲେଜରେ କଳାରେ ୩୩.୧୭%, ନୟାଗଡ଼ ମିଲେନିୟମ ଏକାଡେମିକରେ ବିଜ୍ଞାନରେ ୫୭%, ଚାନ୍ଦପୁର ମୋହନ ମହଳି କଲେଜରେ କଳାରେ ୪୩.୬୭%, କେନ୍ଦୁଢିପି ନବଚୌଧୁରୀ କଲେଜରେ ବିଜ୍ଞାନରେ ୫୮.୫% ଓ କଳାରେ ୪୪.୫%, ନୟାଗଡ଼ କଲେଜରେ ବିଜ୍ଞାନରେ ୮୦%.କଳାରେ ୪୮% ଓ ବାଣିଜ୍ୟରେ ୩୫.୩୩%, ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ବିଜ୍ଞାନରେ ୫୯% ଓ କଳାରେ ୪୮.୮୩%, ବାଣିଗୋଛା ନେତାଜୀ ସୁବାଷ ବୋଷ କଲେଜରେ କଳାରେ ୩୩%, କଂଟିଲୋ ନୀଳମାଧବ କଲେଜରେ ବିଜ୍ଞାନରେ ୫୭% ଓ କଳାରେ ୪୩% ନୂଆଗାଁ କଲେଜରେ ୪୨.୬୭%, ହାଟଦ୍ୱାର ପଠାଣି ସାମନ୍ତ କଲେଜରେ ବିଜ୍ଞାନରେ ୪୫.୬୭%, ଖଣ୍ଡପଡ଼ା ପଠାଣି ସାମନ୍ତ କଲେଜରେ ବିଜ୍ଞାନରେ ୩୬.୫% ଓ କଳାରେ ୫୨.୫%, ପିଆଇଏମଆଇଟି କଲେଜ ଓଡ଼ଗାଁରେ କଳାରେ ୩୩%, ଡିମିରିଆ ପ୍ରହଲାଦ ବିଷ୍ଣୁପ୍ରିୟା କଲେଜରେ କଳାରେ ୩୩.୫%, ପଦ୍ମାବଦୀ କଲେଜରେ ବିଜ୍ଞାନରେ ୩୫.୬୭% ଓ କଳାରେ ୫୬.୧୬ ଏବଂ ବାଣିଜ୍ୟରେ ୩୩%, ଓଡ଼ଗାଁ ରଘୁନାଥ ସମବାୟ କଲେଜରେ ବିଜ୍ଞାନରେ ୬୨.୫% ଓ କଳାରେ ୪୯, ୩୩%, ରାଜସୁନାଖଳା କଲେଜରେ ବିଜ୍ଞାନରେ ୬୫.୩୩% ଓ କଳାରେ ୪୨.୩୩%, ରଣପୁର କଲେଜରେ ବିଜ୍ଞାନରେ ୩୭.୫%, କଳାରେ ୩୯.୫% ଓ ବାଣିଜ୍ୟରେ ୩୫.୫%, ଶରଣକୁଳ କଲେଜରେ ବିଜ୍ଞାନରେ ୫୮.୧୭% ଓ କଳାରେ ୪୨.୮୩%, ଗୋଡ଼ିପଡ଼ା ଲଡ଼ୁକେଶ କଲେଜରେ ବିଜ୍ଞାନରେ ୫୪.୫% ଓ କଳାରେ ୪୪.୮୩%, ଗଣିଆ ରଘୁନାଥ କଲେଜରେ କଳାରେ ୪୯.୬୭%, ସୁର୍କାବାଡ଼ି ସନାତନ ମେମୋରିଆଲ କଲେଜରେ କଳାରେ ୩୩%, କୁମ୍ଭାରପଡ଼ା କଲେଜରେ କଳାରେ ୩୫.୩୩%, ତମନା କଲେଜରେ କଳାରେ ୩୩%, ୟୁନିଟେକ ରେସିଡେନ୍ସିଆଲ କଲେଜରେ ବିଜ୍ଞାନରେ ୪୭% ଓ କଳାରେ ୩୪.୩୩% ଏବଂ ବାଣିଜ୍ୟରେ ୪୦.୮୩%, ଖଣ୍ଡପଡ଼ା ମହିଳା କଲେଜରେ କଳାରେ ୩୯% କଟ୍ ଅଫ ମାର୍କ ରହିଛି। ଏହି ସବୁ କଲେଜରେ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି ସେମାନେ ଆସନ୍ତା ୨ ତାରିଖରୁ ନାମଲେଖାଇବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା କୁହାଯାଇଛି।(ପ୍ରତିକାତ୍ମକ ଫଟୋ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.