ନୟାଗଡ଼: ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଔପଚାରିକତା ଆରମ୍ଭ

ନୟାଗଡ଼, ୧୮ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ନୟାଗଡ ଦେଇ ଯାଇଥିବାରୁ ବିଭିନ୍ନ ସମୟରେ ରାସ୍ତା ଜାମ୍ ହେବା ସହ ନାନା ଦୁର୍ଘଟଣାମାନ ଘଟୁଛି। ବାଇପାସ୍ ନିର୍ମାଣ ପାଇଁ ଏଥିପାଇଁ ବାରମ୍ବାର ଦାବି ହୋଇ ଆସୁଥିଲାବେଳେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏଠାରେ ଏକ ବାଇପାସ୍ ରାସ୍ତା ନିର୍ମାଣ କରିବା ପାଇଁ ଔପଚାରିକତା ଆରମ୍ଭ କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ପ୍ରାରମ୍ଭିକ ଭାବେ ୧୪୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ ଏହାର ଚୂଡ଼ାନ୍ତ ଅନୁମୋଦନ ନିମନ୍ତେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିବା ଜଣାପଡ଼ିଛି। ପ୍ରସ୍ତାବିତ ରାସ୍ତା ବଡ଼ପଣ୍ଡୁସରରୁ ଲେଙ୍କୁଡ଼ିପଡ଼ା ଦେଇ ମାଙ୍କପଲ୍ଳୀ ନିକଟରେ ବାହରିବ।

Leave a Reply

Your email address will not be published. Required fields are marked *