ନୟାଗଡ କଣ୍ଟିଲୋ ମହାବିଦ୍ୟାଳୟରେ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣା, ଅଭିଯୁକ୍ତ ଛାତ୍ରକୁ ଗିରଫ କଲା ପୋଲିସ

କଣ୍ଟିଲୋ/ନୟାଗଡ଼ ୧୧-୩ (ଓଡ଼ିଆ ପୁଅ/ଜୟନ୍ଦ୍ର ବେହେରା) ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରେମୀ ଯୁଗଳଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ଅଭିଯୁକ୍ତ ଛାତ୍ରକୁ ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟଯେ, ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ସମଗ୍ର ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭିଡ଼ିଓ ଭାଇରାଲ ପୁଣି ଆନ୍ତର୍ଜାତୀୟ ମହିଳା ଦିବସରେ ହିଁ ହୋଇଥିଲା ଏହାକୁ ନେଇ ମାମଲା ଥାନାରେ ପହଞ୍ଚିବା ପରେ ଅଭିଯୁକ୍ତ ଛାତ୍ରକୁ ପୁଲିସ ଆଜି ଗିରଫ କରିଛି।

୩ଟି ଫେଜରେ ଏହି ଭିଡ଼ିଓ ରେର୍କଡିଂ କରାଯାଇଛି। ପ୍ରଥମେ ରୋମାନ୍ସ ଆଉ ତା’ ପରେ ଶାରୀରିକ ମଜା ନେବାର ଭିଡ଼ିଓ ଏବେ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି। ବାରମ୍ବାର ଭିଡ଼ିଓ ଭାଇରାଲ ହେବା ଓ ଏଥିରେ ବିଶେଷ କରି ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତି ରହିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ହୋଇଛି।

ଏତିକି ନୁହେଁ ଅଭିଭାବକ ମହଲରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ତେବେ ଏହି ଭାଇରାଲ ଭିଡ଼ିଓ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ କଣ୍ଟିଲୋ ଅଂଚଳରେ ହୋଇଥିବା ଜଣାପଡିଛି। ଏକ କଲେଜରେ ପଢ଼ୁଥିବା ଏହି ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ କେମିତି ହେଲା ତାହା ଜଣାପଡିନାହିଁ। ପୁଅ ହିଁ ଭିଡ଼ିଓ ଭାଇରାଲ କରିଥିବା ଝିଅଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି। ଯାହାର ପରିଣାମ ଏବେ ସାଂଘାତିକ ହୋଇଛି। ଭିଡ଼ିଓ ଭାଇରାଲରେ ଛାତ୍ରୀ ଜଣକ ନାବାଳିକା ବୋଲି ଜଣାପଡିଥିବା ବେଳେ ଯୁବକ ଜଣକ ସାବାଳକ ଥିବା କୁହାଯାଉଛି।

ଖବର ଅନୁସାରେ, ଉଭୟ କଲେଜ ପରେ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ। ସେଠାରେ ଉଭୟ ପରଷ୍ପର ଆକୃଷ୍ଟ ହୋଇଥିଲେ। ଯାହାର ଟିକିନିକ ଭିଡ଼ିଓ ସୁଟିଂ କରିଥିଲା ପୁଅ। ପ୍ରଥମେ ଯଦିଓ ଝିଅ ଏହାକୁ ବାରଣ କରୁଥିଲା କିନ୍ତୁ ଶେଷରେ ଝିଅ ଚୁପ ରହିଥିବା ଭିଡ଼ିଓରୁ ଜଣାପଡୁଛି। ଗୋଟିଏ ପଟେ ଭାଇରାଲ ଭିଡ଼ିଓ ଉପରେ ରୋକ ଲଗାଇବାକୁ ପୁଲିସ ସ୍ତରରେ ଚେଷ୍ଟା ଜାରି ରହିଥିବା ବେଳେ ଏପଟେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବା ପ୍ରମାଣ କରୁଛି ଜମାରୁ ଚେତୁନାହାନ୍ତି ଯୁବଗୋଷ୍ଠୀ।

Leave a Reply

Your email address will not be published. Required fields are marked *