ଓଡ଼ିଶା

ନୟାଗଡ଼: ବସ୍ ଦୁର୍ଘଟଣା : ୧୨ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୟାଗଡ଼ ୨୯-୧୦ (ଓଡ଼ିଆ ପୁଅ) : ଖଣ୍ଡପଡ଼ା ରତାଖଣ୍ଡିରେ ଏକ ବସ୍ ଦୁର୍ଘଟଣା ଘଟିଛି। ଖବର ମୁତାବକ, ଏହା ଏକ ମିନିବସ୍, ଭାରସାମ୍ୟ ହରାଇ ଗଛରେ ପିଟି ଦେବାରୁ ୫ ଆହତ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଏବଂ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ମିନି ବସ୍ ଟି ନୟାଗଡରୁ ଢୋଲମରା ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
ନୟାଗଡ଼ ଜିଲ୍ଲା ପାଳ ଏନ୍. ତିରୁମାଳା ନାୟକ ଏବଂ ଏସ୍.ପି. ଶଶୀଭୁଷଣ ଶତପଥି ଡାକ୍ତରଖାନାରେ ଆହତଙ୍କୁ ଭେଟିଛନ୍ତି।
ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ସୂଚନାମତେ ଏହି ବସ୍ ରେ ୨୫ ଜଣ ପାସେଞ୍ଜର ଯାତ୍ରା କରୁଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top