ନୟାଗଡ଼ ଜେଲ୍ ୱାର୍ଡର ସନ୍ତୋଷ କୁମାର ସାମନ୍ତରାୟ ନିଲମ୍ବିତ

ନୟାଗଡ଼, ୭-୨(ଓଡ଼ିଆ ପୁଅ): ନୟାଗଡ଼ ଉପକାରାଗାରରୁ କଏଦୀ ସୌରଭ ବିଶୋଇ ଚମ୍ପଟ ମାରିବା ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଜେଲ୍ ୱାର୍ଡର ସନ୍ତୋଷ କୁମାର ସାମନ୍ତରାୟଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟଯେ, ନୟାଗଡ଼ ଖୁଟୁବଂନ୍ଧ ସ୍ଥିତ ଉପକାରାଗାରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଥିଲା। କଏଦୀର ନାମ ସୌରଭ କୁମାର ବିଶୋୟୀ ଓ ତାଙ୍କ ଘର ଇଟାମାଟି ରତ୍ନପୁର ପାଟଣା। ସେ ଦୁଇଟି ଦୁଷ୍କର୍ମ ମାମଲାରେ ଜେଲରେ ଥିବାବେଳେ କୋର୍ଟ ତାଙ୍କୁ ୨୨ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।

ଏହାକୁ ନେଇ ନୟାଗଡ଼ରେ ଆଲୋଚନାର ବିଷୟ ହୋଇଥିଲାବେଳେ ନୟାଗଡ଼ ଥାନା ପୋଲିସ ଫେରାର ଆସାମୀକୁ ଖୋଜିବା ପାଇଁ ଜୋରଦାର ଲାଗିପଡ଼ିଛି। ତେବେ କଏଦୀର ଫେରାର ପଛରେ ଢିଲା ଜେଲ ବ୍ୟବସ୍ଥାକୁ ଦାୟୀ କରାଯାଇଛି।

Leave a Reply

Your email address will not be published. Required fields are marked *