ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ସ୍ୱଚ୍ଛଜଳ ନିର୍ମଳ ପରିବେଶ ପ୍ରକଳ୍ପ ରାଜ୍ୟପାଳଙ୍କ ଦ୍ୱାରା ଶୁଭାରମ୍ଭ

ଭୁବନେଶ୍ୱର-୨୭/୦୬ (ଓଡ଼ିଆ ପୁଅ) ନୟାଗଡ ଓ ଗଞ୍ଜାମ ଜିଲ୍ଲାରେ ସ୍ୱଚ୍ଛଜଳ ନିର୍ମଳ ପରିବେଶ ପ୍ରକଳ୍ପକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ରାଜଭବନରେ ଶୁଭାରମ୍ଭ କରିଛନ୍ତିା ଏହି ପ୍ରକଳ୍ପ ଭାରତୀୟ ରେଡ୍କ୍ରସ୍ ଦ୍ୱାରା କାର୍ଯ୍ୟକାରୀ ହେଉଛିା

ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ପ୍ରକଳ୍ପର ଶୁଭାରମ୍ଭ କରି କହିଲେ ଯେ ପ୍ରକୃତିର ବରଦାନକୁ ପ୍ରତ୍ୟେକ ସଚେତନତା ସହ ଉପଯୋଗ କରିବା ଦରକାରା ସ୍ୱଚ୍ଛତା ପାଇଁ କେନ୍ଦ୍ର ସରକାର ଅନେକ ଉଦ୍ୟମ କରୁଛନ୍ତିା ବ୍ୟକ୍ତି ଓ ସମାଜର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାରଙ୍କ ସହ ସମସ୍ତେ ନିଜ ନିଜ ସ୍ତରରେ ସହଯୋଗ କରିବା ଆବଶ୍ୟକା ଭାରତୀୟ ରେଡ଼୍କ୍ରସ୍ ସୋସାଇଟିର ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଅନୁସରଣୀୟ ହେବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତିା

ଭାରତୀୟ ରେଡ଼୍କ୍ରସ୍ ସୋସାଇଟି ତରଫରୁ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ପ୍ରାୟ ୩୩ ହଜାର ୭୧୬ ଲୋକ ଉପକୃତ ହେବୋ ପ୍ରାୟ ୮ ହଜାର ୧୭୦ ପରିବାରରେ ଜଳ ଓ ପରିମଳ ବ୍ୟବସ୍ଥାରେ ଉନ୍ନତିକରଣ ହୋଇପାରିବା ଏହି ପ୍ରକଳ୍ପ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ୍ ର ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ। ଏହି ଉତ୍ସବରେ ଭାରତୀୟ ରେଡ଼୍କ୍ରସ୍ ସୋସାଇଟିର ଜାତୀୟ ମହାସଚିବ ଡ. ଆର୍.କେ. ଭାସ୍, ଅନ୍ତର୍ଜାତୀୟ ସଂଘର ମୁଖ୍ୟ ଲିୟନ୍ ପ୍ରପ୍ ପ୍ରମୁଖ ପ୍ରକଳ୍ପର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲୋ

ଭାରତୀୟ ରେଡ଼୍କ୍ରସ୍ ସୋସାଇଟି ଓଡ଼ିଶା ଶାଖାର ଅବୈତନିକ ସଂପାଦକ ଡ. ବିନାୟକ ପୃଷ୍ଟି, ଅବୈତନିକ ଯୁଗ୍ମ ସଂପାଦିକା ଡ. କଳ୍ପନା ଦାସ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲୋ ଏହି ପ୍ରକଳ୍ପର କାର୍ଯ୍ୟକାରିତାରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜିଲ୍ଲା ଜଳ ଓ ପରିମଳ ମିଶନ୍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ଗ୍ରାମପଞ୍ଚାୟତର ସହଭାଗିତା ରହିଛିା ଏହି ଉତ୍ସବରେ ନୟାଗଡ଼ ଜିଲ୍ଲାପାଳ ଡ. ଏନ୍. ତିରୁମଲ୍ଲା ନାୟକ ଓ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲୋ

Leave a Reply

Your email address will not be published. Required fields are marked *