Home ଓଡ଼ିଶା ନୟାଗଡରୁ ଖଡ଼ଗପୁର ଚାଲିଲା ଫାଷ୍ଟ ପାସେଞ୍ଜର ଟ୍ରେନ

ନୟାଗଡରୁ ଖଡ଼ଗପୁର ଚାଲିଲା ଫାଷ୍ଟ ପାସେଞ୍ଜର ଟ୍ରେନ

76

ନୟାଗଡ଼, ୩ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଖଡ଼ଗପୁର-ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନକୁ ମଙ୍ଗଳବାର ଅପରାହ୍ନରେ ଫାଷ୍ଟ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଟ୍ରେନ ନଂ ୦୮୦୦୫ ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନକୁ ରବିବାରକୁ ବାଦ୍ଦେଇ ଅନ୍ୟସବୁ ଦିନରେ ଟ୍ରେନ ଚଳାଚଳ କରିବାରକୁ ଥିଲାବେଳେ ଟ୍ରେନ ନଂ.୦୮୦୦୬ ନୟାଗଡ଼ ଟାଉନରୁ ଖୋର୍ଦ୍ଧାରୋଡ଼ ରବିବାରକୁ ବାଦ୍ଦେଇ ଅନ୍ୟସବୁ ଦିନରେ ଚଳାଚଳ କରିବ। ଏହି ପାସେଞ୍ଜର ଟ୍ରେନ ଖୋର୍ଦ୍ଧାରୋଡ଼ ଠାରୁ ଅପରାହ୍ନ ୧୨.୩୫ ମିନିଟ୍ରେ ଛାଡ଼ି ନୟାଗଡ଼ ଟାଉନରେ ଦିନ ୨ଟାବେଳେ ପହଂଚିବାକୁ ଥିବାବେଳେ ଦିନ ୨.୩୦ ମିନିଟ୍ରେ ନୟାଗଡ଼ ଟାଉନରୁ ଛାଡ଼ି ଖୋର୍ଦ୍ଧାରୋଡ଼ ଠାରେ ଅପରାହ୍ନ ୩ଟା ୫୫ମିନିଟ୍ରେ ପହଂଚିବ। ଏହି ଟ୍ରେନରେ ୧୧ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ସହ ୨ଟି ଗାର୍ଡ଼ ତଥା ଲଗେଜ୍ ଭ୍ୟାନ୍ ଲପଲବ୍ଧ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୂର୍ବରୁ ୨ଟି ଟ୍ରେନ ନୟାଗଡ଼ ଟାଉନରୁ ଯାଉଥିବାବେଳେ ସିଧାସଳଖ ପୁରୀ ଯାଉଥିଲା। କିନ୍ତୁ ଭୁବନେଶ୍ୱର ଯିବାପାଇଁ ନୟାଗଡ଼ରୁ ସୁବିଧା ନଥିବାବେଳେ ନୟାଗଡ଼ବାସୀଙ୍କ ପକ୍ଷରୁ ଏକ ଟ୍ରେନ ନୟାଗଡ଼ ଟାଉନରୁ ସିଧାସଳଖ ଭୁବନେଶ୍ୱର ଯିବାପାଇଁ ଦାବି ହୋଇ ଆସୁଥିଲା। ନୟାଗଡ଼କୁ ଏହି ୩ୟ ଟ୍ରେନଟି ଚାଲିବା ନେଇ ଯାତ୍ରୀମାନଙ୍କ ଭିତରେ ଉତ୍ସାହ ଦେଖା ଦେଇଥିଲାବେଳେ ଏହି ଟ୍ରେନରେ କୌଣସି ବଗିରେ ନୟାଗଡ଼ ଟାଉନ ଲେଖାନଥିବା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଟ୍ରେନରେ କେବଳ ଖଡ଼ଗପୁର-ଖୋଦ୍ଧାରୋଡ଼ ଲେଖାଥିବା ଦେଖିବାକୁ ମିଳିଥିଲା। ତେବେ ଏପରି ଟ୍ରେନ ଚଳାଚଳକୁ କାମଚଳା ଭାବେ କେତେକ କହୁଥିବାବେଳେ ନୟାଗଡ଼ ଟାଉନ୍-ଖୋର୍ଦ୍ଧାରୋଡ଼-ଖଡ଼ବପୁର ଲେଖାଥିବା ଏସି ବଗି ସହ ରେଗୁଲାର ଟ୍ରେନ ଚଳାଚଳ କରିବାକୁ ଦାବି ହୋଇଥିଲା। ଉଲ୍ଳେଖଯୋଗ୍ୟ ଗତ ବର୍ଷ ଜୁନମାସ ୧୯ ତାରିଖରେ ନୟାଗଡ଼ ଟାଉନକୁ ଦୁଇଟି ଟ୍ରେନ ଚଳାଚଳ ଆରମ୍ଭ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.