ଓଡ଼ିଶା

ନ୍ୟାୟ ପାଇଁ ଭିକ୍ଷାଥାଳ ଧରିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା):  – ବିଭିନ୍ନ ଦାବି ନେଇ ଆନ୍ଦୋଳନରତ ୧୦୮ ଆମ୍ବୁଲାନ୍ସ ସାର୍ଭିସ କର୍ମଚାରୀ ୟୁନିୟନ ଆଜି ଏଠାରେ ଦାବିପ୍ରତି ଦୃଷ୍ଟି ଆକର୍ଷଣ ସକାଶେ ଭିକ୍ଷା ଅଭିଯାନ କରିଛି। ୟୁନିୟନର ସଦସ୍ୟମାନେ ଗତ ମାସ ୨୦ ତାରିଖ ଠାରୁ ସ୍ଥାନୀୟ ଆରଡ଼ିସି ଅଫିସ ସମ୍ମୁଖରେ ଧାରଣା ଆରମ୍ଭ କରିଥିଲେ। ଓଭରଟାଇମ୍ ପ୍ରାପ୍ୟ, ଖାଦ୍ୟ ଭତ୍ତା, ଆମ୍ବୁଲାନ୍ସ ସେବାର ଆଉଟସୋର୍ସ କମ୍ପାନୀକୁ ଅନ୍ତର କରିବା, ଏହି ଆମ୍ବୁଲାନ୍ସ ସେବାକୁ ଓଡ଼ିଶାରୁ ସଂଚାଳନ କରାଯିବା ପ୍ରଭୃତି ବିଷୟ ଏହି ଦାବି ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ଗତ ଜାନୁଆରୀ ୪ ତାରିଖ ରାତି ଏହି ଆନ୍ଦୋଳନକୁ ବେଆଇନ ଘୋଷଣା କରାଯାଇଥିଲା ଏବଂ ପୋଲିସ ଏସ୍ମା ବଳରେ ଧାରଣାସ୍ଥଳରୁ ୩୫୮ ଜଣଙ୍କୁ ଗିରଫ କରିଥିଲା। ଜାନୁଆରୀ ୮ ତାରିଖ ଦିନ ଗିରଫ କର୍ମଚାରୀମାନଙ୍କୁ ନିସର୍ତ୍ତ ଖଲାସ ଦାବିରେ ଅବଶିଷ୍ଟ କର୍ମଚାରୀମାନେ ସେହିସ୍ଥାନରେ ଧାରଣା ଆରମ୍ଭ କରିଥିଲେ। ହେଲେ ଆରଡ଼ିସି ଅଫିସ ଫାଟକ ସମ୍ମୁଖରେ ପୋଲିସ ସହିତ ଗଣ୍ଡଗୋଳ ଉତ୍ତାରୁ ଓ ପୋଲିସର ଲାଠିମାଡ଼ ପରେ ଆଉ ୧୪ ଜଣ କର୍ମଚାରୀ ଗିରଫ ହୋଇଥିଲେ। ଏମାନେ ଏବେ ମଧ୍ୟ ଗିରଫ ହୋଇ ରହିଛନ୍ତି। ଗିରଫ କର୍ମଚାରୀମାନଙ୍କ ନିସର୍ତ୍ତ ଖଲାସ ଦାବି ନେଇ ଓ ମୂଳ ସ୍ମାରକପତ୍ର ଆଧାରରେ ଆଜି ସହକର୍ମୀମାନେ ସମଲେଇ ମନ୍ଦିର ଅଞ୍ଚଳରେ ଭିକ୍ଷା ମାଗୁଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଆନ୍ଦୋଳନର ବହୁଦିନ ପରେ ମଧ୍ୟ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ କେହି ନ ଆସିବାରୁ ନ୍ୟାୟ ସକାଶେ ଆଜିର ଅଭିଯାନ ଆୟୋଜନ କରାଯାଇଥିଲା ବୋଲି ୟୁନିୟନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top