ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏକ ଦଳିତ କନ୍ୟା ପ୍ରତି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ ଦାବିରେ ଆଜି ପୀଡିତା ଓ ତାଙ୍କ ପରିବାର ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଧମକ ଜନିତ ଧାରଣା ଦିଆଯାଇଥିଲା । ପରେ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧର ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ତାହା ପ୍ରତ୍ୟାହୃତ ହୋଇଛି । ତେବେ ପୀଡିତା ଓ ତାଙ୍କ ଆରକ୍ଷୀ ଅଧିକ୍ଷକ ବି. ଗଂଗାଧରଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ନେରଡା ଗ୍ରାମନିବାସୀ ଅନନ୍ତ ମଳିକଙ୍କ କନ୍ୟା ସୁମତୀ (ଛଦ୍ମନାମ) ଙ୍କୁ ସେହି ଗ୍ରାମର ରମେଶ ବଳଙ୍କ ପୁତ୍ର ଶ୍ରୀକାନ୍ତ ଗତ ମାର୍ଚ୍ଚ ୯ ତାରିଖ ରାତି ୧ଟା ସମୟରେ କୀର୍ତ୍ତନ ହେଉଥିବାର ସୁଯୋଗରେ ଅପହରଣ କରି ଗାଁ କେନାଲ ବନ୍ଧରେ ବଳପୂର୍ବକ ବଳାକôାର କରିଥିଲା । ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ଝିଅଟି ଘରେ ପହଞ୍ଚô ତାର ଇଜ୍ଜତ ନେଇଥିବା ଶ୍ରୀକାନ୍ତଙ୍କୁ ବାହାହେବା ପାଇଁ ଜିଦ୍ ଧରି ବସିଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ପିତା ରମେଶ ଓ ତାଙ୍କ ମା’ ଚଂପା କନ୍ୟାଟି ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ଛାଞ୍ଚୁଣି ଦ୍ୱାରା ମାଡ ମାରିଥିଲେ । ପରବର୍ତ୍ତୀ ସମୟରେ ସୁମତୀ ଅଭିଯୁକ୍ତର ଘର ଆଗରେ ବିବାହର ଜିଦ୍ରେ ଧାରଣାରେ ବସ ଆତ୍ମହତ୍ୟା କରିବାର ଚେତାବନୀ ଦେବାରୁ ଶ୍ରୀକାନ୍ତ ଓ ତାର ପରିବାର ଲୋକଙ୍କ ଚକ୍ରାନ୍ତରେ ତା ମୁହଁରେ କପଡା ଗୁଡାଇ ସେହି ଗ୍ରାମର ସପନା ଯେନା ଇଟା ଫ୍ୟାକ୍ଟ୍ରିରେ ଥିବା ଏକ ଘରେ ଚାବି ପକାଇ ରଖିବା ମଧ୍ୟରେ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପୁନର୍ବାର ବଳାକôାର କରିଥିଲା । ଏବଂ ୧୦ ତାରିଖ ଦିନ ତାକୁ ଯାଜପୁର ଜିଲା କୁଆଖିଆ ଥାନା ଅଧୀନସ୍ଥ ରସଲପୁର ଗ୍ରାମକୁ ଏକ ଧଳା ଇଣ୍ଡିକା କାର୍ରେ ନେଇ କୁନା ମଳିକ ଘରେ ରଖିଥିଲା । ରାତି ପ୍ରାୟ ୧ଟା ସମୟରେ ଶ୍ରୀକାନ୍ତର ଭିଣୋଇ ରାମ ସ୍ୱାଇଁ ଓ ସାନଭାଇ ପ୍ରଦୀପ ସେଠାରେ ପହଞ୍ଚô ସୁମତୀକୁ ହତ୍ୟା କରିବା ଉଦେ୍ଦଶ୍ୟରେ ନିସ୍ତୁକ ମାଡ ମାରିଥିଲେ । ସେତେବେଳେ ଶ୍ରୀକାନ୍ତ ସୁମତୀକୁ ଲକ୍ଷେ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ବିବାହ ନକରିବା ପାଇଁ ବୁଝାଇ ଘରକୁ ପଳାଇବା ପାଇଁ ପ୍ରବର୍ତ୍ତାଇଥିଲା । ଝିଅଟିର ଜୀବନ ପ୍ରତି ବିପଦ ଥିବାର ଦେଖି ଘର ମାଲିକ କୁନା ଶ୍ରୀକାନ୍ତ ଓ ତାର ଭିଣୋଇ ଓ ଭାଇକୁ ଅଟକାଇ ମୋବାଇଲ୍ ଯୋଗେ ସୁମତୀର ବାପା ନିକଟକୁ ଖବର ଦେବାରୁ ସେ ଭଣ୍ଡାରିପୋଖରୀ ଓ କୁଆଖିଆ ପୁଲିସ୍ ସହାୟତାରେ ତାକୁ ଉଦ୍ଧାର କରିଥିଲେ । ମାତ୍ର ଅଭିଯୁକ୍ତମାନେ କୌଶଳ କ୍ରମେ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଭଣ୍ଡାରିପୋଖରୀ ଥାନା ପୁଲିସ୍ ବିଳମ୍ବରେ ଥାନା କେଶ୍ ନଂ ୨୫/୧୮, ଦଫା ୩୬୫ / ୩୪୨ / ୨୯୪ / ୩୨୩ / ୩୭୬ / ୫୦୬ / ୩୪ ଆଇପିସି ଓ ୩ ଦଫାର ଏସ୍ସି / ଏସ୍ଟି ଆକ୍ଟ ମୂଳେ ଏକ ମାମଲା ରୁଜୁ କରିଥିଲେ । ଏଥିସହ ସୁମତୀର ଡାକ୍ତରୀ ମାଇନା କରି ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ତାର ବୟାନ ରେକର୍ଡ କରାଇଥିଲେ । କିନ୍ତୁ ଆଜିପର୍ଯ୍ୟନ୍ତ ଭଣ୍ଡାରିପୋଖରୀ ଥାନା ପୁଲିସ୍ ମୁଦାଲାମାନଙ୍କ ଚାପରେ ସେମାନଙ୍କୁ ଗିରଫ କରୁନାହାଁନ୍ତି । ଏଣୁ ସେମାନେ ପୀଡିତା କନ୍ୟା ଓ ତାର ପିତାଙ୍କୁ ହତ୍ୟା କରିବାର ଧମକ ଦେବା ସହ ୨ ଲକ୍ଷ ଟଙ୍କା ନେଇ କେଶ୍ ଉଠାଇବାର ଚେତାବନୀ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏଣୁ ଭୟଭୀତ ପୀଡିତାର ପରିବାର ଏହି ଘଟଣା ସଂପର୍କରେ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ପୁଲିସ୍ର ନୀରବତା ଯୋଗୁଁ ବାଧ୍ୟ ହୋଇ ଆଜି ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆତ୍ମାହୂତି ଦେବାର ଚେତାବନୀ ଦେଇଥିଲେ ।
