ନ୍ୟାୟ ଦାବିରେ ଚାଷିଙ୍କ ଅନଶନ ୫ମ ଦିନରେ ପହଞ୍ଚିଲା

ପାରଳାଖେମୁଣ୍ଡି,୧୩ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ କାଶିନଗର ବ୍ଳକ ଖାଣ୍ଡବା ପଞ୍ଚାୟତର ପୁରୁଟିଗୁଡା ଗ୍ରାମର ଗରିବ ଚାଷିମାନଙ୍କ ଅନଶନ ଧର୍ମଘଟ ୫ମ ଦିନରେ ପହଞ୍ଚିଛି । ଏହି ଚାଷିମାନଙ୍କ ଦାବି ମୁତାବକ ଖାଣ୍ଡବା ରାଜସ୍ୱ ମଣ୍ଡଳ ଅନ୍ତର୍ଗତ ଅମରଡା ଅଞ୍ଚଳରେ କେତେକ ଜନଜାତି ସମ୍ପ୍ରଦାୟର ଲୋକ ଦିର୍ଘ ବର୍ଷ ଧରି ଏହି ଚାଷିମାନଙ୍କୁ ହଇରାଣ କରିଆସୁଛନ୍ତି । ଯାହାଦ୍ୱାରା ଏହି ମୁଳ ଚାଷିମାନେ ଅନେକ ସମସ୍ୟା ମଧ୍ୟରେ ବଞ୍ଚୁଛନ୍ତି । ଏହି ଚାଷିମାନଙ୍କ ଅଭିଯୋଗ ଅନୁଯାଇ ଏମାନଙ୍କର ପ୍ରାୟ  ୧୫୦ ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ସେହି ଜନଜାତିର ଲୋକମାନେ ଦିର୍ଘ ବର୍ଷ ହେବ ନିଜ ଅକ୍ତିଆରରେ ରଖିଛନ୍ତି । ଏପରିକି ଏମାନଙ୍କ କାଜୁ ବଗିଚାକୁ ବଳପୁର୍ବକ ସେମାନେ କାଜୁ ଅମଳ କରିନେଉଛନ୍ତି । ଏଭଳି ଘଟଣାକୁ ନେଇ ପୋଲିସ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ମାମଲାର ବିଚାର କରି ଏସଡିଜିଏମ କୋର୍ଟ ପକ୍ଷରୁ ଉକ୍ତ ଜମିଗୁଡିକ ଏହି ଅଣଆଦିବାସୀ ଗରିବ ଚାଷିମାନଙ୍କର ବୋଲି ମଧ୍ୟ ରାୟ ପ୍ରକାଶ ପାଇଛି । କୋର୍ଟର ରାୟ ପ୍ରକାଶ ପାଇବା ପରେ ମଧ୍ୟ ଉକ୍ତ ଅସାମିଜକ ଜନଜାତି ସମ୍ପ୍ରଦାୟର ଲୋକମାନେ ଏହି ନିରିହ ଚାଷି ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି । ଏହି ଗରିବ ଚାଷିମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ ମଧ୍ୟ ଏମାନଙ୍କ ନ୍ୟାୟ ମିଳିପାରିନାହି ଏବଂ କିମ୍ବା ଏମାନଙ୍କର ଜମି ଫେରିପାଇନାହାନ୍ତି । ବର୍ତ୍ତମାନ ଏମାନେ କରିଥିବା ଧର୍ମଘଟ ୫ମ ଦିନରେ ପହଞ୍ଚିଲେ ମଧ୍ୟ ଏମାନଙ୍କ ସମସ୍ୟା ସମାଧାନ ପାଇଁ କିମ୍ବା ଏମାନଙ୍କ ସହ ଆଲୋଚନା ପାଇଁ କୌଣସି ଅଧିକାରୀ ଆସିନଥିବାର ସୁଚନା ମିଳିଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଏହିପରି ଧର୍ମଘଟ ଜାରି ରହିବ ବୋଲି ଏହି ଚାଷିମାନଙ୍କ ପକ୍ଷରୁ ପି.ଶ୍ରୀନିବାସ, ପି.ସୁନିଲ, ପି.ସାଗର, ଏସ.ସବିତା, ଏସ.ସାବିତ୍ରୀ, ଆର.ରାମ୍ବାଲୁ ପ୍ରମୁଖ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *