ଓଡ଼ିଶା

ନ୍ୟାୟପାଳିକାର ଅଚଳାବସ୍ଥା ଦୂର ପାଇଁ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ- ଧର୍ମେନ୍ଦ୍ର ପ୍ରଧାନ

– ଯେତେଶୀଘ୍ର ସମାଧାନ ହେବ ଗରିବ ଲୋକ, ସାମାନ୍ୟ ଲୋକ, ଓଡିଆ ଲୋକ ନ୍ୟାୟ ପାଇବ
– ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅପାରଗତାର ଏକ ବଡ ଉଦାହରଣ
– ବିରୋଧୀ ଦଳ ଭାବେ ପ୍ରସଙ୍ଗ ଉଠାଇଲେ ଶାସକ ଦଳକୁ ଚେଙ୍କ ଓ କଷ୍ଟ ଲାଗେ
– ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ, ନ୍ୟାୟପାଳିକା ପାଖରେ ତାଙ୍କର ଉତର ଦାୟିତ୍ୱ ଅଛି
– ଡିଜି କଣ କରୁଛନ୍ତି, ମୁଖ୍ୟଶାସନ ସଚିବଙ୍କ ଭୂମିକା ଅଛି କି ନାହିଁ. ସମାଧାନ ପାଇଁ ଦାୟିତ୍ୱ କାହାକୁ ଦେବାକୁ ପଡିବ ଏନେଇ ପ୍ରଶ୍ନ
– ସରକାରଙ୍କ ଅପାରଗତା ଓ ସ୍ଥାଣୁତା ସମାଜକୁ ଆହୁରି ପଙ୍ଗୁ କରିବ
ଭୁବନେଶ୍ୱର, ୨୪ ଅକ୍ଟୋବର (ଓଡ଼ିଆ ପୁଅ) -ଗତ ଦେଢମାସ ହେଲା ପୋଲିସ ଓ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ସ୍ଥିତାବସ୍ଥାର ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅପାରଗତାର ବଡ ଉଦାହରଣ ଠାରୁ ଆଉ କଣ ହୋଇପାରେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦଶହରା ପରେ ସମସ୍ତେ ନିଜନିଜ କାମକୁ ଫେରିଛନ୍ତି। ଓକିଲ ଓ ପୋଲିସ ବନ୍ଧୁ ମାନଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ତାର ସମାଧାନ ରାସ୍ତା ଏଯାଏଁ ଆସିନି। ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ପ୍ରସ୍ତାବ ଓ ଅପେକ୍ଷା ମଧ୍ୟରେ ସାଧାରଣ ଲୋକଟିଏ ପେସି ହୋଇଗଲାଣୀ। ଅନେକ ଲୋକ ଚାକିରୀ, ଜମିଜମା ବିବାଦ, ସାମାନ୍ୟ ଜାମିନ୍ କୋର୍ଟରେ ହୋଇପାରୁନି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଆମ୍ନାସାମ୍ନା ସ୍ଥିତି ସୃଷ୍ଟି ହୋଇଛି। ଏହାର ସମଧାନ କିପରି ବାହାରିବ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର। ସମସ୍ତେ ନିଜର ସ୍ୱାଭାବିକ କାମ କଲେ ସମାଜ ପାଇଁ ଏହା ଭଲ ହେବ। ଏଥିପାଇଁ ଯିଏ ଦାୟିତ୍ୱରେ ଅଛନ୍ତି ତାଙ୍କର ଭୂମିକା ନାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ବିରୋଧୀ ଦଳ ଭାବେ ପ୍ରସଙ୍ଗ ଉଠାଇଲେ ଶାସକ ଦଳ ଚେଙ୍କ ଓ କଷ୍ଟ ଲାଗେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏ ଅପାରଗ ସରକାର। ଅପାରଗତା ଠାରୁ ବଡ ଉଦାହରଣ ଆଉ କଣ ହୋଇପାରେ। ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ, ନ୍ୟାୟପାଳିକା ପାଖରେ ତାଙ୍କର ଉତର ଦାୟିତ୍ୱ ଅଛି। ଭୁଲ ଠିକ୍ ର ତର୍ଜମା ସେ କରିବାକୁ ଚାହୁଁନାହାନ୍ତି। ଉଭୟଙ୍କ ମଧ୍ୟରେ ସମସ୍ୟାର ସମାଧାନର ଦାୟିତ୍ୱ କାହାର। ଏହାର ସମାଧାନ ଯଦି ନହେଉଛି ଏହାକୁ ଅପାରଗତା କୁହାଯିବନି ତ ଆଉ କଣ କୁହାଯିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଢରୁ ଦୁଇମାସ ହେଲା ସ୍ଥିତାବସ୍ଥା ଅଛି। ଏହା ଯେତେଶୀଘ୍ର ସମାଧାନ ହେବ ଗରିବ ଲୋକ, ସାମାନ୍ୟ ଲୋକ, ଓଡିଆ ଲୋକ ନ୍ୟାୟ ପାଇବ। ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର। ତାଙ୍କର ଡିଜି କଣ କରୁଛନ୍ତି। ମୁଖ୍ୟଶାସନ ସଚିବଙ୍କ ଭୂମିକା ଅଛି କି ନାହିଁ। ସମାଧାନ ପାଇଁ ଦାୟିତ୍ୱ କାହାକୁ ଦେବାକୁ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ସମାଜକୁ ଆହୁରି ପଙ୍ଗୁ କରିବ। ସବୁ କଥାରେ ଆଗରେ ପଡି ହସ୍ତକ୍ଷେପ କରୁଥିବା ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଭିଡିଓରେ ଅପିଲ୍ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top