ଓଡ଼ିଶା

“ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ” ସ୍ଥାପନା ପାଇଁ ପୁଣି ନବୀନ ଚିଠି ଲେଖିଲେ ମୋଦୀଙ୍କୁ

ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ) ଓଡିଶାରେ “ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ”ର ସ୍ଥାପନା  ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି। ଏହା ପୂର୍ବରୁ ନବୀନ ତିନିଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ବିଷୟରେ ପତ୍ର ଲେଖି ଅନୁରୋଧ କରିସାରିଛନ୍ତି।

ଅକ୍ଷୟ ଶକ୍ତି କ୍ଷେତ୍ରରେ ଆର ଏଣ୍ଡ ଡି ଗତିବିଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ରାଜ୍ୟରେ ଏହି ପ୍ରତିଷ୍ଠିତ ପରିଯୋଜନା ପାଇଁ ଆବଶ୍ୟକ ଭିତ୍ତିଭୂମିର ସହାୟତା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ। ରାଜ୍ୟ ସରକାର ପୂର୍ବରୁ ସଂସ୍ଥାନ ପାଇଁ ଆଇଆଇଟି ଭୁବନେଶ୍ୱର ନିକଟରେ ୭୩.୬୮ ଏକର ଜମି ଆବଣ୍ଟିତ କରିଛନ୍ତି। ଏହା ବ୍ୟତୀତ ସଂସ୍ଥାନର ସିଟି ଅଫିସ ପାଇଁ ଭୁବନେଶ୍ୱରରେ ଏକ ଏକର ଜମି ଚିହ୍ନଟ କରିଛନ୍ତି।

ନବୀନ ସୂଚନା ଦେଇଛନ୍ତିଯେ, ସଂସ୍ଥାନର ସ୍ଥାପନା ପାଇଁ ଭୁବନେଶ୍ୱରରେ ଆବଶ୍ୟକୀୟ ଜମି ଅଧିଗ୍ରହଣ ହେବା ପରେ ମଧ୍ୟ ଭୁବନେଶ୍ୱରରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂସ୍ଥାନ ପ୍ରତିଷ୍ଠାନ ପାଇଁ ବିଚାରକୁ ନିଆଯାଇନାହିଁ। ଇତି ମଧ୍ୟରେ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ତରଫରୁ ୧୦ ନଭେମ୍ବର ୨୦୧୭ରେ ଭୁବନେଶ୍ୱରରେ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ଆଦେଶ ଜାରୀ କରାଯାଇଛି। କ୍ଷେତ୍ରୀୟ କାର୍ଯ୍ୟାଳୟର ସମାପ୍ତି ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜିର ସ୍ଥାପନାର ପ୍ରଗତିରେ ବାଧା ଉତ୍ପନ୍ନ ହୋଇପାରେ ବୋଲି ନବାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ତେଣୁ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଶିଘ୍ର “ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁ ଏନର୍ଜି ଆଣ୍ଡ ଇନୋଭେସନ”ସଂସ୍ଥାନର ନିର୍ମାଣ ପାଇଁ ନିର୍ଦ୍ଦେଶ ଜାରୀ କରିବା ପାଇଁ ଅନୁରୋଧ କରିଛନ୍ତି। ଏହା ସହିତ ଭୁବନେଶ୍ୱରରେ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପୁନଃ ଖୋଲିବା ପାଇଁ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top