ଓଡ଼ିଶା

ନୋ ହେଲମେଟ ନୋ ପୂଜା

ଘଟଗାଁ, ୧୯.୦୫(ଓଡିଆ ପୁଅ/ ଭବାନୀ ପ୍ରସାଦ)- ସଡକ ସୁରକ୍ଷା ଓ ହେଲମେଟ ପିନ୍ଧି ଗାଡି ଚଳାଇବା ପାଇଁ ସଚେତନତା କରାଇବା ପାଇଁ କେନ୍ଦୁଝର ପୋଲିସ ଓ ମା’ ତାରିଣୀ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ମନ୍ଦିରରେ ବିନା ହେଲମେଟରେ କୌଣସି ଦୁଇଚକିଆ ଗାଡି ପୂଜା ହୋଇପାରିବା ନାହିଁ। ଏହି ପଦକ୍ଷେପକୁ ଆଜି ତାରିଣୀ ମନ୍ଦିରରେ କେନ୍ଦୁଝର ଏସପି ଜୟନାରାୟଣ ପଙ୍କଜ ସୁଭାରମ୍ଭ କରିଥିବା ବେଳେ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି। ଜିଲ୍ଲା ପୋଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ କଡାକଡି ଭାବେ ପ୍ରଣୟନ କରାଯାଇଛି। ପ୍ରତେକ ଦିନ ମନ୍ଦିରକୁ ଶହ ଶହ ଗାଡି ପୂଜା ହେବାକୁ ଆସୁଥିବା ବେଳେ ବିନା ହେଲମେଟରେ କୌଣସି ଦୁଇଚକିଅ ଗାଡି ପୂଜା ହୋଇପାରିବ ନାହିଁ ବୋଲି ସୂଚନା ଫଳକ ଲଗାଯିବା ସହ ପୂଜା ପୂର୍ବରୁ ହେଲମେଟ ବାଧ୍ୟତା ମୂଳକ କରାଯାଇଛି। ଏସପି ହେଲମେଟ ଧାରି ଗାଡି ମାଲିକଙ୍କୁ ଫୁଲ ଦେଇ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ଅଧିକାରି, ମନ୍ଦିର ପ୍ରଶାସନ, ମୁକୁନ୍ଦପୁର ପାଟଣା ସରପଂଚ, ସ୍ଥାନୀୟ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ। ତେବେ ଏହି ନିୟମ ଲାଗୁହେବା ପରେ ପୂଜା କରିବା ପାଇଁ କିଛି ମାଲିକ ଅସୁବିଧାର ସମୁଖିନ ହୋଇଥିବା ସତ୍ୱେ ସଡକ ସୁରକ୍ଷା ପାଇଁ ଏହି ନିୟମକୁ ସ୍ୱାଗତ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବା ସହ ଅନେକ ଜୀବନ ଚାଲିଯାଉଥିବା ବେଳେ ଏହି ପ୍ରକାର ସଚେତନତା ଏହାକୁ ରୋକିବାରେ ସହାୟକ ହେବ ବୋଲି ଆଶାକରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top