ନୋବେଲ ବିଜେତା କୈଳାଶ ସତ୍ୟାର୍ଥୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ଅନୁଗୋଳ,୨୩/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ଶାନ୍ତି ନିମନ୍ତେ ନୋବେଲ ପୁରସ୍କାର ପାଇଥିବା କୈଳାଶ ସତ୍ୟାର୍ଥୀ ଭୂବନେଶ୍ୱର ଆସିଥିବା ବେଳେ ଗୁରୁବାର ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ନାଲକୋ ଅତିଥିଭବନରେ ରାତ୍ରି ଯାପନ ନିମନ୍ତେ ପହଂଚିଥିଲେ । ଶ୍ରୀ ସତ୍ୟାର୍ଥୀ ରାଜ୍ୟ ଅତିଥି ହୋଇଥିବାରୁ ଜିଲ୍ଲାପାଳ ଅନିଲ କୁମାର ସାମଲ ତାଙ୍କୁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ସତ୍ୟାର୍ଥୀ ଭାରତ ଯାତ୍ରାର ଉଦେଶ୍ୟ ଓ ଆଭିମୂଖ୍ୟ ସମ୍ପର୍କରେ ଆଲୋଚନା କରିବାସହ   ନିର୍ଯ୍ୟାତନାର ଶୀକାର ହେଉଥିବା ଛୋଟ ପିଲାମାନଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା  ପାଇଁ  କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ପ୍ରାନ୍ତରେ ଚାଲୁଛି ବୋଲି ପ୍ରକାଶ କରିଥିଲେ । ଏତଦ୍ ବ୍ୟତୀତ ଶ୍ରୀ ସତ୍ୟାର୍ଥୀ ବିଭିନ୍ନ ଅଂଚଳରେ ଭ୍ରମଣ କରିବାର ଅନୁଭୂତି ସମ୍ପର୍କରେ କହିଥିଲେ । ସେହିପରି ନାଲକୋ ତରଫରୁ ନିର୍ବାହୀ ନିର୍ଦେଶକ ରାଜିକିଶୋର ମିଶ୍ର,ମହାପ୍ରବନ୍ଧକ ପ୍ରଦୋଷ କୁମାର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତାମାନେ ଶ୍ରୀ ସତ୍ୟାର୍ଥୀଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ,ଅନୁଗୋଳ ଉପଜିଲ୍ଲାପାଳ ସରୋଜକାନ୍ତ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *