ଆନ୍ତର୍ଜାତୀୟ

ନୋବଲ ପୁରସ୍କାର ବିଜେତା ତଥା ସଂଯୁକ୍ତ ରାଷ୍ଟ୍ରର ପୂର୍ବତନ ମହାସଚିବ କୋଫୀ ଅନ୍ନାନଙ୍କର ନିଧନ

– କୋଫୀ ଅନ୍ନାନଙ୍କୁ ଶାନ୍ତି ପାଇଁ ନୋବଲ ପୁରସ୍କାର ମିଳିଥିଲା
ନୂଆ ଦିଲ୍ଲୀ ୧୮- ୮ (ଓଡ଼ିଆ ପୁଅ) ଶନିବାରଦିନ ପୂର୍ବତନ ସଂଯୁକ୍ତ ରାଷ୍ଟ୍ର ମହାସଚିବ କୋଫୀ ଅନ୍ନାନଙ୍କର ୮୦ ବର୍ଷ ବୟସରେ ନିଧନ ହୋଇଯାଇଛି। ଅନ୍ନାନ ପ୍ରାୟତଃ ୧୦ ବର୍ଷ ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ପଦରେ ରହିଥିଲେ। ଅନ୍ନାନ ଜାନୁଆରି ୧୯୯୭ ରୁ ଡିସେମ୍ବର ୨୦୦୬ ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଥିଲେ। ତାଙ୍କୁ ୨୦୦୧ ରେ ଶାନ୍ତି ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ମୂଳ ରୂପରେ ଘାନା ନିବାସୀ ଅନ୍ନାନଙ୍କୁ ବିଶ୍ୱ ସ୍ତରରେ ଶାନ୍ତି ପ୍ରୟାସ ଏବଂ ଦାରିଦ୍ର୍ୟ ଉନ୍ମୂଳନ କାର୍ଯ୍ୟକ୍ରମ ପାଇଁ ପରିଚିତ।

ଅନ୍ନାନ ପୂର୍ବରୁ ଆଫ୍ରିକା ମୂଲକର ସଂଯୁକ୍ତ ରାଷ୍ଟ୍ର ମହାସଚିବ ଥିଲେ। ସେ କ୍ରମାଗତଭାବେ ଦୁଇଟି ଟର୍ମ ୧୯୯୭ ରେ ୨୦୦୬ ପର୍ଯ୍ୟନ୍ତ ମହାସଚିବର ପଦଭାର ସମ୍ଭାଳିଥିଲେ। ମହାସଚିବ ରହିବା ସମୟରେ ସେ ୨୦୧୫ ପର୍ଯ୍ୟନ୍ତ ବିଶ୍ଵ ଦାରିଦ୍ର୍ୟତା କମ କରିବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ କରିଥିଲେ।

କୋଫୀ ଅନ୍ନାନ ଯୁଦ୍ଧ ପ୍ରଭାବିତ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ପ୍ରବାସୀମାନଙ୍କ ପାଇଁ ବିଶ୍ଵ ସ୍ତରରେ ହେଉଥିବା ଅନେକ ପ୍ରୟାସର ନେତୃତ୍ତ୍ୱ ନେଉଥିଲେ। ନିକଟରେ ରୋହିଙ୍ଗ୍ୟା ଏବଂ ସିରିୟାର ଶରଣାର୍ଥୀମାନଙ୍କର ସଂକଟର ସମାଧାନ ପାଇଁ କାମ କରୁଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top