ନୋଡାଲ ଅଧିକାରୀଙ୍କ ୨ଦିନିଆ ଗଜପତି ଗସ୍ତ

ପାରଳାଖେମୁଣ୍ଡି,୯ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାକୁ ରାଜ୍ୟ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ତଥା ଗଜପତି ଜିଲାର ନୋଡାଲ ଅଧିକାରୀ ନିତିଶ ଚନ୍ଦ୍ର ୨ଦିନିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ପରିଦର୍ଶନ କରି ସେଗୁଡିକୁ ସମିକ୍ଷା କରିଛନ୍ତି । ସେ ଗଜପତି ଜିଲାର ଗୋଷାଣୀ, ନୁଆଗଡ ଓ ରାୟଗଡ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳ ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର ଅନୁଧ୍ୟାନ କରିଥିଲେ । ଗୋଷାଣୀ ବ୍ଳକ କାର୍ଯ୍ୟାଳୟ ଠାରେ ବ୍ଳକର ପାନୀୟ ଜଳ, ପରିମଳ ଓ କୃଷିର ଉନ୍ନତି ଉପରେ ସମିକ୍ଷା କରିଥିଲେ ପରେ ଲାବଣ୍ୟଗଡ ଯାଇ ଉଦ୍ୟାନ ବିଭାଗ ପକ୍ଷରୁ ସେଠାରେ ଚାଲିଥିବା କାର୍ଯ୍ୟକ୍ରମ ପରିଦର୍ଶନ କରିବା ସହ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ବୁଲି ଦେଖିଥିଲେ । ସେ ତାଙ୍କ ୨ଦିନ ଗସ୍ତରେ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମତରଙ୍ଗ ପରିଦର୍ଶନରେ ଯାଇ ସେଠାରେ ଚାଲିଥିବା ଫଳରସ ପ୍ର୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରିଥିଲେ । ସେହିପରି ରାୟଗଡ ଠାରେ ଆଦିବାସୀ କଲ୍ୟାଣ ବିଭାଗର ଏସଏସଓ ଉଚ୍ଚବିଦ୍ୟାଳୟ, ନୁଆଗଡ ବ୍ଳକର ମାଲିବା ଠାରେ ଅଙ୍ଗନୱାଡି କେନ୍ଦ୍ର, ଖଜୁରୀପଦା ଠାରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଇତ୍ୟାଦି ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଭିନ୍ନ ଯୋଜନାର ଅନୁଧ୍ୟାନ କରିବା ପରେ ଏବଂ ଅଞ୍ଚଳବାସୀଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ପରେ ଯୋଜନାଗୁଡିକ କିପରି ଅଧିକ କାର୍ଯ୍ୟକ୍ଷମ ହୋଇ ଲୋକମାନେ ଉପକୃତ ହୋଇପାରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବାପାଇଁ ବିଭାଗିୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନୋଡାଲ ସଚିବଙ୍କ ଗସ୍ତ ସମୟରେ ଜିଲାପାଳ ଅନୁପମ ସାହା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସନତ କୁମାର ମହାନ୍ତି, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପରିକ୍ଷିତ ସେଠୀ, ଜିଲା ପ୍ରକଳ୍ପ ସଂଯୋଜକ ଅନାମ ଚରଣ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଗସ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *