ନୈତିକ ଓ ସାଂସ୍କୃତିକ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

କେନ୍ଦ୍ରାପଡା ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )– ସର୍ବ ଭାରତୀୟ ନୈତିକ ଓ ସାଂସ୍କୃତିକ ପ୍ରଚେଷ୍ଟା ପ୍ରଶିକ୍ଷଣ ଫାଉଣ୍ଡେସନ ପକ୍ଷରୁ ରବିବାର କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଉଚ୍ଚବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଅବସରରେ ସ୍ଥାନୀୟ ସାନ୍ତସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଉଦଘାଟନୀ ଉସôବରେ ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଅନଙ୍ଗ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଜ୍ୟ ଆଇ.ଏମ୍.ସି.ଟି.ର କାର୍ଯ୍ୟକାରି ସଭାପତି ମୁରଲି ମନୋହର ଶର୍ମା ଯୋଗଦେଇ ଉସôବକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଦୈନିକ ଶ୍ୃତିର ସଂପାଦକ ସର୍ବେଶ୍ୱର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବାକୁ ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରେ ଶଚିଦାନନ୍ଦ ବେହେରା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଭିରାମ ସେଠୀ ମଂଚ ପରିଚାଳନା କରିଥିଲେ । ଶେଷରେ ହିମାଂଶୁ ଶେଖର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୪୦ରୁ ଉଦ୍ଧ୍ୱର୍ ଉଚ୍ଚବିଦ୍ୟାଳୟର ୪ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ୨୦ଟି ବିଭାଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ହିମାଂଶୁ ଶେଖର ଦାଶ,ସଞ୍ଜୟ ମଥାନ,ସନ୍ତୋଷ କୁମାର କର,ଚିତ୍ତରଞ୍ଜନ ଦାସ,ନିରାକାର ମହାରଣାଙ୍କ ସମେତ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଓ ଗୁରୁମା ମାନେ ସକ୍ରିୟ ସହେଯାଗ କରିଥିଲେ ।

Leave a Reply

Your email address will not be published. Required fields are marked *